ଶିକ୍ଷା ସହାୟକଙ୍କ ନିଯୁକ୍ତି ଓ ୩ ଦଫା ଦାବୀ ନେଇ ଦାବୀପତ୍ର

ଯାଜପୁର-୧୩/୧୧(ଓଡିଆ ପୁଅ/ଏ.ରାଉତ) ୨୦୧୫ – ୧୭ ମସିହାରେ ଗୁରୁ ଛାତ୍ରଛାତ୍ରୀ ତଥା ଶିକ୍ଷା ସହାୟକ ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥିନୀଗଣ ଆଜିପର୍ଯ୍ୟନ୍ତ ନିଯୁକ୍ତି ପାଇନଥିବାରୁ ଯାଜପୁର ଜିଲା ଶିକ୍ଷା ସହାୟକ ସଂଘ ପକ୍ଷରୁ ନିଯୁକ୍ତିର ବନେ୍ଦାବସ୍ତ କରିବା ଓ ୩ ଦଫା ଦାବୀ ନେଇ ଜିଲା ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ୨୦୧୫-୧୭ ମସିହାରେ ପ୍ରଶିକ୍ଷଣ ନେଇଥିବା ତଥା ୨୦୧୭ ମସିହାରେ ଶିକ୍ଷା ସହାୟକଭାବେ ପାଶ୍ କରିଥିବା ସର୍ବାଧିକ ଛାତ୍ରଛାତ୍ରୀ ପ୍ରାୟ ୩୨ ବର୍ଷ ପାଖାପାଖି ବୟସରେ ପହଞ୍ଚିଛନ୍ତି । ଗତ ଡିସେମ୍ବର ମାସରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୧୪୦୮୭ଟି ଶିକ୍ଷା ସହାୟକ ପଦବୀ ଆଜିପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଏହି ଶିକ୍ଷା ସହାୟକ ପଦବୀ ପୂରଣ ହୋଇନଥିବାବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଶିକ୍ଷା ସହାୟକ ପଦବୀ ନିଯୁକ୍ତି ନିମନ୍ତେ ୩୨ ବର୍ଷ ବୟସ ଧାର୍ଯ୍ୟ କରିଛନ୍ତି । ମାତ୍ର ୨୦୧୫-୧୭ ମସିହାରେ ପ୍ରଶିକ୍ଷଣ ନେଇଥିବା ସର୍ବାଧିକ ଛାତ୍ରଛାତ୍ରୀଙ୍କ ବୟସ ୩୨ ବର୍ଷ ପାଖାପାଖି ହୋଇଥିବାରୁ ଡିସେମ୍ବର ମାସରେ ପ୍ରକାଶିତ ବିଜ୍ଞପ୍ତିରେ ଆବେଦନ କରିବାର ସୁଯୋଗ ୩୨ ବର୍ଷ ପାଖାପାଖି ହୋଇଥିବା ପ୍ରଶିକ୍ଷଣ ନେଇଥିବା ଶିକ୍ଷା ସହାୟକମାନେ ନିଯୁକ୍ତି ପାଇବାର ସମସ୍ତ ଯୋଗ୍ୟତା ହରାଇ ବସିବେ । ଫଳତଃ ଏମାନେ ଏକପ୍ରକାର ଶିକ୍ଷିତ ବେକାରଭାବେ ଜୀବନ ନିର୍ବାହ କରିବା ସହ ଜୀବନ ଅନ୍ଧକାରମୟ ହେବାର ନିଶ୍ଚିତତା ଦେଖାଦେଇଛି । ଉଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା୧୪୦୮୭ ପଦବୀର ପୁନଃ ସଂସ୍କରଣ ସହିତ ପୁନଃ ଆବେଦନ ତଥା ଆବେଦନ ପାଇଁ ସମୟସୀମା ପୁନଃ ନିର୍ଦ୍ଧାରଣ କରିବାପାଇଁ ଶିକ୍ଷା ସହାୟକମାନେ ଦାବୀ କରିଛନ୍ତି । ଦ୍ୱିତୀୟତଃ ୨୦୧୭ ମସିହା ପର୍ଯ୍ୟନ୍ତ ସମସ୍ତ ସରକାରୀ ଅନୁଷ୍ଠାନରୁ ପ୍ରଶିକ୍ଷଣପ୍ରାପ୍ତ ଗୁରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଶ୍ଚିତ ଶିକ୍ଷା ସହାୟକ/ସହାୟିକା ନିଯୁକ୍ତି ସୃଷ୍ଟି କରାଗଲେ ସରକାରୀ ଅନୁଷ୍ଠାନରୁ ପ୍ରଶିକ୍ଷଣପ୍ରାପ୍ତ ଛାତ୍ରଛାତ୍ରୀମାନେ ଶିକ୍ଷା ସହାୟକଭାବେ ନିଯୁକ୍ତିର ସୁଯୋଗ ପାଇପାରିବେ । ଏହା ବ୍ୟତୀତ ଚିଠି ସଂଖ୍ୟା ଙ୍ଘସସସ/ଗ୍ଦଗ୍ଦ/୦୮/୨୦୧୪ ନିଯୁକ୍ତି କରିବାକୁ ଥିବା ୭୮ ଜଣ ଅତିଥି ଶିକ୍ଷକଙ୍କର ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦକରି ନୂତନ ଆଶାୟୀ ଯୋଗ୍ୟ ପ୍ରାର୍ଥୀକୁ ଉକ୍ତ ସ୍ଥାନରେ ନିଯୁକ୍ତି ଦିଆଯିବାକୁ ଶିକ୍ଷା ସହାୟକ ସଂଘ ଦାବୀ କରିଛି । ୩ ଗୋଟି ଦାବୀ ନେଇ ଯାଜପୁର ଜିଲା ଶିକ୍ଷା ସହାୟକ ସଂଘ ପକ୍ଷରୁ ସୋମବାର ଦିନ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଜିଲା ପ୍ରଶାସନକୁ ଏକ ଦାବୀପତ୍ର ଦିଆଯାଇଥିଲା

Leave a Reply

Your email address will not be published. Required fields are marked *