ଜିଲ୍ଲା ପରିକ୍ରମା

ଶିକ୍ଷା ସମସ୍ତଙ୍କ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାହାନଗା/ବାଲେଶ୍ୱର, ୨୧/୧୦(ଭାରତୀ ଦାସ/ ଓଡ଼ିଆ ପୁଅ) ଶିକ୍ଷାର ପ୍ରସାର ହେଲେ ଦାରିଦ୍ର ଦୂରୀକରଣ ହେବ। ଏନେଇ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କିଟ୍ ଓ କିସ୍ ତରଫରୁ ଏକ ମିଳିତ ଅଭିଯାନ ଚାଲିଛି। ରାଜ୍ୟର ୧୩ଟି ଜିଲ୍ଲାରେ “ଶିକ୍ଷା ସମସ୍ତଙ୍କ ପାଇଁ” ଶୀର୍ଷକ କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟ ପରିସରରେ ଅନୁଷ୍ଠିିତ କରା ଯାଉଛି। ବାଲେଶ୍ୱର ଜିଲ୍ଲାରେ ୫ଟି ଜାଗାରେଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଗୋପାଳପୁର ମଣିଭଦ୍ର ନୋଡ଼ାଲ ହାଇସ୍କୁଲ ପରିସରରେ କିଟ୍ ପ୍ରାଧ୍ୟାପକ ଦୁର୍ଗାମାଧବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ବିଶ୍ୱନାଥ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ରମାକୋନ୍ତ ଦାଶ, ମଣିଭଦ୍ର ନୋଡ଼ାଲ ହାଇସ୍କୁଲର ବରିଷ୍ଠ ଶିକ୍ଷକ ରବିନ୍ଦ୍ର କୁମାର ମିଶ୍ର, ଖଇରା ବ୍ଲକ ଶିକ୍ଷାଧିକାରୀ ଧରଣୀ ଧର ପାତ୍ର, ସ୍ଥାନୀୟ ସରପଞ୍ଚ ଯୋଗେଶ ପତି, ସମିତି ସଭ୍ୟା ତୁଷାରକାନ୍ତି ମହାପାତ୍ର ପ୍ରମୁଖ ଯୋଗ ଦେଇ ଶିକ୍ଷା ପାଇଁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଏହି ନିଆରା ପ୍ରୟାସକୁ ସାଧୁବାଦ ଜଣାଇବା ସହ ଶିକ୍ଷାର ପ୍ରସାର ଦିଗରେ ସମସ୍ତଙ୍କୁ ଯତ୍ନବାନ ହେବାକୁ କହିଥିଲେ। ଏହି ଶିକ୍ଷା ସଚେତନ ସ୍ୱତନ୍ତ୍ର କାର୍ଯ୍ୟ କ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷାବିତ୍,  ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ କିମସ୍ ର ଅଜୟ ମହାପାତ୍ର ପରିଚାଳନା କରିଥିଲେ। ଶେଷରେ କିଟ୍ ର ଗଣିତ ପ୍ରାଧ୍ୟାପକ ଡ. ତୈ୍ଲୋକ୍ୟ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top