ଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ୍ କମିଟି ଗଠନ

ତିର୍ତ୍ତୋଲ, ୦୭/୧୨(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ସଭାଗୃହରେ ପଞ୍ଚାୟତ ଶିକ୍ଷା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମର୍ଦରାଜ ସ୍ୱାଇଁଙ୍କ ଆବାହକରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ବିଭୂତି ଭୂଷଣ ମଲ୍ଲ, ସମାଜସେବୀ ଅଶୋକ କୁମାର ମହାନ୍ତି, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତାପସ କୁମାର ମହାନ୍ତି, ଜନତା ପ୍ରାର୍ଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ କର ଓ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରି, ପୁରୁଷ ସ୍ୱାସ୍ଥ୍ୟକର୍ମୀ ମହମ୍ମଦ ଜୁନେଦ୍, ଅଙ୍ଗନୱାଡ଼ି କର୍ମୀ ସୁପ୍ରଭା ସ୍ୱାଇଁ, ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ବିଜୟ ଲକ୍ଷ୍ମୀ ନାୟକ ପ୍ରମୁଖ ଯୋଗଦେଇ ଷ୍ଟାଣ୍ଡିଙ୍ଗ୍ କମିଟିରେ ଭୁମିକା ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ସରପଞ୍ଚ ଶ୍ରୀଯୁକ୍ତ ପୃଷ୍ଟି ସମସ୍ତଙ୍କ ସହଯୋଗ ଓ ଗଠନମୂଳକ ପରାମର୍ଶ ପାଇଁ ଆହ୍ୱାନ କରିଥିଲେ।

Leave a Reply

Your email address will not be published. Required fields are marked *