ଜିଲ୍ଲା ପରିକ୍ରମା

ଶିକ୍ଷା ନିମନ୍ତେ ଦିବ୍ୟାଙ୍ଗ ଜିଲା ପ୍ରଶାସନର ଦ୍ୱାରସ୍ଥ 

ଯାଜପୁର -୭/୭(ଓଡିଆ ପୁଅ/ଏ.ରାଉତ) ଅର୍ଥ ପାଠପଢ଼ା ପାଇଁ ବାଧକ ହେଉଥିବାରୁ ଉଚ୍ଚତର ଶିକ୍ଷା ନିମନ୍ତେ ଅର୍ଥ ସାହାଯ୍ୟ ଦାବି ନେଇ ଦିବ୍ୟାଙ୍ଗ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛି। ଯାଜପୁର ବ୍ଲକ୍ ମାର୍କଣ୍ଡପୁର ପଞ୍ଚାୟତ ଧନୀପୁର ଗ୍ରାମର ଦୀନବନ୍ଧୁ ଜେନାଙ୍କ ପୁଅ ଅଜୟ ସ୍ଥାନୀୟ ହରେକୃଷ୍ଣ ଦାସ ମହାବିଦ୍ୟାଳୟରେ +୨ରେ ଅଧ୍ୟୟନରତ। ଦୀବନନ୍ଧୁ ଜଣେ ଶ୍ରମିକ ହୋଇଥିବାରୁ ବହୁ କଷ୍ଟରେ ପୁଅ ଅଜୟକୁ କଲେଜ ପର୍ଯ୍ୟନ୍ତ ଆଣି ପାଠ ପଢ଼ାଉଛନ୍ତି। ସ୍କୁଲ ଶିକ୍ଷା ଦୀନବନ୍ଧୁ ବହୁ କଷ୍ଟରେ ନିଜ ପୁଅକୁ ପଢ଼ାଇ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସ୍ଥାନୀୟ ମହାବିଦ୍ୟାଳୟରେ ପୁଅ ଅଜୟର ନାମ ଲେଖାଇ ପାଠ ପଢ଼ାଉଛନ୍ତି। ମାତ୍ର ମହାବିଦ୍ୟାଳୟରେ ଶିକ୍ଷା ନିମନ୍ତେ ଅଧିକ ଅର୍ଥ ଆବଶ୍ୟକ ପଢ଼ୁଥିବାରୁ ବାପା ଦୀନବନ୍ଧୁ ପୁଅ ଅଜୟକୁ ଦେଇପାରୁନାହିଁ। ଯଦ୍ୱାରା ଅଜୟ ପାଠ ପଢ଼ିବାପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି। ଏପରିକି ଅର୍ଥ ଅଭାବ ଥିବାରୁ ବହି ଓ ଖାତାପତ୍ର କିଣିନପାରି ବହୁ କଷ୍ଟରେ ମହାବିଦ୍ୟାଳୟରେ ଅଜୟ ଅଧ୍ୟୟନରତ ଅଛି। ଅଜୟ ପାଠପଢ଼ା ପାଇଁ ଅର୍ଥ ବାଧକ ରହିବା ଓ ଉଚ୍ଚତର ଶିକ୍ଷା ନିମନ୍ତେ ଅଧିକ ଅର୍ଥର ଦରକାର ପଡ଼ୁଥିବାରୁ ଅଜୟ ଓ ତାର ବାପା ସୋମବାର ଦିନ ଜିଲା ଗ୍ରାମ୍ୟ ଉନ୍ନୟନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ସାକ୍ଷାତ କରି ଶିକ୍ଷା ନିମନ୍ତେ ଅର୍ଥ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top