ଓଡ଼ିଶା

ଶିକ୍ଷାଭାରତୀ ଟ୍ରଷ୍ଟରେ ମାଲକାନଗିରି ଜିଲ୍ଲାର ୩୦ଜଣ ଯୁବତୀଙ୍କୁ ତାଲିମ ପରେ କର୍ମନିଯୁକ୍ତି

ମାଲକାନଗିରି, ୨୨ା୮(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ୩୦ଜଣ ଶିକ୍ଷିତା ଯୁବତୀଙ୍କୁ ବିୟୁଟିସିୟାନ ଓ ଟେଲରିଂ ଟ୍ରେଡରେ ତାଲିମ ଦିଆ ଯାଇ କର୍ମନିଯୁକ୍ତିର ବ୍ୟବସ୍ଥା କରାଯାଇଛି। ଓଏସଏଫଡିସି ଭୁବନେଶ୍ୱର ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲାରେ ଥିବା ଶିକ୍ଷାଭାରତୀ ଟ୍ରଷ୍ଟର ତାଲିମକେନ୍ଦ୍ରରେ ୪ମାସ ପାଇଁ ଆବାସିକ ତାଲିମ ଦିଆଯାଇଥିଲା। ତାଲିମନେଉ ଥିବା ଛାତ୍ରୀମାନେ ପରୀକ୍ଷାରେ ଉତୀର୍ଣ୍ଣ ହେବାପରେ ଏହି ଯୁବତୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନକରା ଯାଇ ରାଜ୍ୟ ଓ ରାଜ୍ୟବାହାରେ ନିଯୁକ୍ତିର ବ୍ୟବସ୍ଥା କରାଯାଇଛି। ଶିକ୍ଷାଭରତୀ ଟ୍ରଷ୍ଟର କେନ୍ଦ୍ରପରିଚାଳକ ସୁଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଚଳଚିତ୍ର ସହକାରି ନିର୍ଦ୍ଦେଶକ ସାହିତ୍ୟିକ ଅରୁଣ କୁମାର ସାହୁ ଯୋଗଦେଇ ତାଲିମନେଉ ଥିବା ଛାତ୍ରୀ ମାନଙ୍କୁ ଦକ୍ଷତା ବିକାଶ ପ୍ରମାଣ ପତ୍ର ପ୍ରଦାନକରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନାକରିଥିଲେ, ଏହି ଅବସରରେ ରଜଂନରାଏ, ସୋମେଶ ବାଗ, ସନ୍ତୋଷ କୁମାର ସ୍ୱାଇଁ, ସଙ୍ଗିତା ଦାଶ, ପ୍ରୀୟଦର୍ଶନୀ ଦାଶ ପ୍ରମୁଖ ଯୋଗଦେଇ ଶିକ୍ଷିତା ମହିଳା ଓ ଯୁବତୀମାନେ ବେକାର ହୋଇ ଘରେ ନ ବସିରହି ବିଭିନ୍ନ ଟ୍ରେଡର ଦକ୍ଷତା ବୃଦ୍ଧି ତାଲିମ ନେଇ ସ୍ୱାବଲମ୍ବି ହୋଇ କିଛିଅର୍ଥ ରୋଜଗାର କରି ନିଜର ପରିବାର ଚଳାଇବା ପାଇଁ ଆଗେଇ ଆସନ୍ତୁ ବୋଲି କହିଥିଲେ। ଶେଷରେ ଆର.ପ୍ରୟଦର୍ଶନୀ ଦାସ ଧନ୍ୟବାଦ ଜଣାଇଥିଲେ। ତାଲିମ ନେଇଥିବା ଯୁବତୀମାନଙ୍କୁ ଚେନ୍ନାଇ ଓ ପୁରୀ ଠାରେ ନିଯୁକ୍ତି ବ୍ୟବସ୍ଥା କରାଯାଇଛି ବୋଲି ଶିକ୍ଷା ଭାରତୀ ଟ୍ରଷ୍ଟର ପରିଚାଳକ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top