ଶିକ୍ଷାଭାରତୀ ଟ୍ରଷ୍ଟଦ୍ୱାରା ଦକ୍ଷତା ବିକାଶ ପ୍ରମାଣ ପତ୍ର ବଟଂନ

ମାଲକାନଗିରି, ୬ା୯(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଥିବା ଶିକ୍ଷାଭାରତୀ ଟ୍ରଷ୍ଟ ଦ୍ୱାରା ଦକ୍ଷତା ବିକାଶ ପ୍ରମାଣ ପତ୍ର ୩୦ଜଣ ଶିକ୍ଷିତା ଯୁବତୀଙ୍କୁ ପ୍ରଦାନ କରାଯାଇଛି। ଶିକ୍ଷାଭରତୀ ଟ୍ରଷ୍ଟର କେନ୍ଦ୍ରପରିଚାଳକ ସୁଶାନ୍ତକୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାଆଦିବାସୀ ସମନ୍ୱୀତ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣଗଣ୍ଡ ଯୋଗଦେଇ ତାଲିମ ରେ ଉତୀର୍ଣ୍ଣ ହୋଇ ଥିବା ଛାତ୍ରୀ ମାନଙ୍କୁ ଦକ୍ଷତା ବିକାଶ ପ୍ରମାଣ ପତ୍ର ପ୍ରଦାନକରି ସେମାନଙ୍କ ଉଜ୍ଜଳଭବିଷ୍ୟତ କାମନାକରିଥିଲେ, ଏହି୩୦ଜଣ ଯୁବତୀଙ୍କୁ ଗତ ୪ ମାସ ଧରି କମ୍ପୁ୍ଟର ଟାଲି ତାଲିମ ଦିଆ ଯାଇ କର୍ମନିଯୁକ୍ତିର ବ୍ୟବସ୍ଥା କରାଯାଇଛି। ଓଏସଏଫଡିସି ଭୁବନେଶ୍ୱର ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲାରେ ଥିବା ଶିକ୍ଷାଭାରତୀ ଟ୍ରଷ୍ଟର ତାଲିମକେନ୍ଦ୍ରରେ ୪ମାସ ପାଇଁ ଆବାସିକ ତାଲିମ ଦିଆଯାଇଥିଲା।ସେମାନେ ପରୀକ୍ଷାରେ ଉତୀର୍ଣ୍ଣ ହେବାପରେ ଏହି ଯୁବତୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନକରା ଯାଇ ରାଜ୍ୟ ଓ ରାଜ୍ୟବାହାରେ ନିଯୁକ୍ତିର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୨ଜଣ ଯୁବତୀଙ୍କୁ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ନିଯୁକ୍ତି ଦେଇ କର୍ମସଂସ୍ଥାପନର ବ୍ୟବସ୍ଥା କରଯିବାର ବ୍ୟବସ୍ଥା ହୋଇଛି। ଏହି ଅବସରରେ ହିରଣ୍ୟ ଭତ୍ରା, ଟି.ଶ୍ରୀନିବାସ ରାଓ, ପ୍ରକଳ୍ପ ସଂଯୋଜକ ସୋମେଶବାଗ, ରଜଂନରାଏ, ସନ୍ତୋଷକୁମାର ସ୍ୱାଇଁ, ସଙ୍ଗିତା ଦାଶ, ପ୍ରୀୟଦର୍ଶନୀଦାଶ ପ୍ରମୁଖ ଯୋଗଦେଇ ଶିକ୍ଷିତ ମହିଳା ଓ ଯୁବତୀ ମାନେ ବେକାର ହୋଇ ଘରେ ନ ବସିରହି ବିଭିନ୍ନ ଟ୍ରେଡର ଦକ୍ଷତା ବୃଦ୍ଧି ତାଲିମ ନେଇ ସ୍ୱାବଲମ୍ବି ହୋଇ କିଛିଅର୍ଥ ରୋଜଗାର କରି ନିଜର ପରିବାର ଚଳାଇବା ପାଇଁ ଆଗେଇ ଆସନ୍ତୁ ବୋଲି କହିଥିଲେ। ଶେଷରେ ଆର.ପ୍ରୟଦର୍ଶନୀ ଦାସ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *