ଜିଲ୍ଲା ପରିକ୍ରମା

ଶିକ୍ଷାବିତ୍ ମଧୁସୂଦନ ଜେନାଙ୍କ ୨୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସୂନାମଧନ୍ୟ ଶିକ୍ଷାବିତ୍ ଓ ଆଦର୍ଶ ପ୍ରଧାନ ଶିକ୍ଷକ ମଧୁସୂଦନ ଜେନାଙ୍କର ୨୬ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ୧୯ ଜାନୁୟାରୀ ୨୦୧୮ ଶୁକ୍ରବାର ଦିନ ନାରାୟଣଚନ୍ଦ୍ର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି। ଶିକ୍ଷାପ୍ରଦାନକାରୀ ଶିକ୍ଷକ କେବଳ ନିଜର ଓ ନିଜ ପରିବାରର ସୁଖ ସ୍ୱଚ୍ଛନ୍ଦ ପାଇଁ ନୁହେଁ ବରଂ ଛାତ୍ରଛାତ୍ରୀ ଓ ସମାଜର ସମୂହ କଲ୍ୟାଣ ପାଇଁ ବ୍ରତୀ ହୋଇ ଆଦର୍ଶ ଉଦାହରଣ ସୃଷ୍ଟି କରିପାରିଲେ ମଧୁସୂଦନ ଜେନାଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ କହିଥିଲେ।ଜାତୀୟ ସଦ୍ଭାବନା ପୁରସ୍କାର ପ୍ରାପ୍ତ ସମାଜସେବୀ ନାରାୟଣଚନ୍ଦ୍ର ହାଇସ୍କଲର ପୁରାତାନ ଛାତ୍ର ତଥା ସ୍ମାରକୀ କମିଟିର ସଭାପତି ହାଜି ଅବଦୁଲ ବାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍କାରକୀ ସଭାରେ ସହରର ବହୁତ ବିଶିଷ୍ଟ ବ୍ୟକ୍ତି, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ପୁରାତନ ଛାତ୍ର ଭଦ୍ରକର ବରିଷ୍ଠ ଅଧିବକ୍ତା ନିରାକାର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ପୂଜ୍ୟପୂଜାର ପବିତ୍ର ପରଂପରା ଭାରତୀୟ ସଂସ୍କୃତିର ଅବିଚ୍ଛେଦ ଅଙ୍ଗ ଏହାକୁ ଆମ ଭବିଷ୍ୟତ ବଂଶଧରଙ୍କୁ ପ୍ରେରଣା ଦାୟକ ହେବ ବୋଲି କହିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନିଜର ଶିକ୍ଷକ ଶିକ୍ଷୟିତ୍ରୀ ବାପା ମାଁ ଓ ଗୁରୁଜନ ମାନଙ୍କୁ କେବଳ ସମ୍ମାନ ନୁହେଁ ପୂଜା କରିବା ପାଇଁ ଉପଦେଶ ଦେଇଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ନାରାୟଣଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଣ୍ଣପୂର୍ଣ୍ଣା ଜେନା ଦୀର୍ଘ ୨୬ ବର୍ଷ ଧରି ପୁରାତନ ଛାତ୍ରଛାତ୍ରୀମାନେ ତାଙ୍କ ପ୍ରଧାନଶିକ୍ଷକ ମଧୁସୂଦନ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭାପାଳନ କରି ଆସିଥିବାରୁ କର୍ମକର୍ତ୍ତାମାନଙ୍କୁ ଭୂୟସି ପ୍ରଶଂସା କରିଥିଲେ।ବିଶିଷ୍ଟ ସମାଜସେବୀ ଅଜୟ ନାୟକ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, କବି ଅବଦୁଲ ଦୟାନ, ଡାକ୍ତର କିରଣ ଚନ୍ଦ୍ର ଗୁଇଁ ସଭାରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ କବିତା ପାଠ କରିଥିଲେ।ଏହି ଅବସରରେ ସ୍କୁଲର ଦୁଇଜଣ ପୁରାତନ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶ୍ରୀ ଧନେଶ୍ୱର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ହାଇସ୍କୁଲ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାଶ କରିଥିବା ସଗୁଫ୍ତା ୟାସମିନ୍ଙ୍କୁ ଶ୍ରୀ ନିରାକର ଜେନା ନିଜ ପାଣ୍ଠିରୁ ଦୁଇ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏତଦ୍ ବ୍ୟତିତ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଏନ.ସି.ସି ଓ କ୍ରୀଡ଼ା କ୍ଷେତ୍ରରେ ବିଦ୍ୟାଳୟକୁ ପ୍ରତିନିଧିତ୍ୱ କରି ଖ୍ୟାତି ଅର୍ଜ୍ଜନ କରିଥିବା ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଅସରଫ ଅଲ୍ଲି ଖାନ, ରତନଲାଲ ସାହୁ, ମୋଜାମ୍ମିଲ ଖାନ, ଇଂ ମନୱର ହୋସେନ ଖାଁ, ଲଲାଟେନ୍ଦୁ ମହାନ୍ତି, ହାଜି ସେଖ ସୋଲତାନ, ମୁରଲୀଧର ନାୟକ, ହାଜି ଅଲାଉଦ୍ଦିନ, ସେଖ ଅବୁ ସୁଫିଆନ ଏବଂ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ଯୋଗଦାନ କରିଥିଲେ। ସ୍ମାରକୀ କମିଟିର ସଂପାଦକ ଫାରୁକ୍ ଭାଇ ସ୍ୱାଗତ ଭାଷଣ ଦେଇଥିଲେ। ସଭ୍ୟ ସୁଧାକର ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅବୁଲ କାଶିମ ଖାନ, ପରମାନନ୍ଦ ଦାସ, ଉଦୟ ନାରାୟଣ ମହାନ୍ତି, ହରି ପ୍ରସାଦ ନନ୍ଦୀ, ସେଖ ଅନୱର ହୋସେନ, ଖ୍ୱାଜା ନେଜାମୁଦ୍ଦିନ ଏବଂ ଫେଲୋସିପ୍ର କର୍ମୀମାନେ ସଭା ପରିଚାଳନାରେ ସାହାଯ୍ୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top