ଶିକ୍ଷାବିତ୍ ଗଙ୍ଗାଧର ମିଶ୍ରଙ୍କ ଜୟନ୍ତୀ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବିଶିଷ୍ଟ ଶତିକ୍ଷାବିତ୍ ଗଙ୍ଗାଧର ମିଶ୍ରଙ୍କ ଜୟନ୍ତୀ ଉତ୍ସବ। ସିଦ୍ଧାନ୍ତ ଏକାଡେମୀ ଅଫ ସାଇନ୍ସରେ ଅନୁଷ୍ଠତ ହୋଇଯାଇଛି। ଜୟନ୍ତୀ କମିଟିର ସଂପାଦକ ଅଜୟ କୁଅଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାରା ଓହିଶା ଶିକ୍ଷା ବଞ୍ଚାଅ କମିଟିର ସଭାପତି ପ୍ରଫେସର ଡଃ ବିରେନ୍ଦ୍ର ନାୟକ କହିଲେ ଯେ ଜଣେ ଆଦର୍ଶ ଶିକ୍ଷକ ଓ ଲେଖକ ଭାବେ ଗଙ୍ଗାଧର ମିଶ୍ର ଛାତ୍ର ଓ ଯୁବକ ମାନଙ୍କ ମଧ୍ୟରେ ଯୁକ୍ତିଶୀଳ ମାନସିକତା ଗଢି ତୋଳୁଥିଲେ। ଯାହାଦ୍ୱାରା ସେମାନେ ସାଂପ୍ରଦାୟିକ ଅନ୍ଧତା ଓ ଅନ୍ଧବିଶ୍ୱାସର ଶିକାର ହେବେନାହ୍ୟି। କବି ଶିବସୁନ୍ଦର ମିଶ୍ର କହିଲେ ଯେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଉପଯୁକ୍ତ ମଣିଷ ଗଢିବା ଥିଲା ତାଙ୍କ କାମ। ଶେଷରେ ଶିବଦତ ମିଶ୍ର ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *