ଟିଟିଟିଟିଲା ଗଡ଼ ୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଟିଟିଲା ଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରୀବାହାଲ ବ୍ଲକର ମାଲେସିରl ଗ୍ରାମ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଓ ମନମୁଖୀ କାର୍ଯ୍ୟକଳାପ ନେଇ ସ୍କୁଲ କେମିତି ତରଫରୁ ଗୁରୁତର ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ଦୀର୍ଘ ଦିନଧରି ପ୍ରଦାନ ନ କରିବା ବିଦ୍ୟାଳୟ ସଠିକ ଭାବେ ଖୋଲା ନ ଯିବା ନେଇ ଗ୍ରାମ ବିଦ୍ୟାଳୟ କମିଟୀ ଲିଖିତ ଆକାରରେ ଦାବି ପତ୍ର ପ୍ରେରଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଟିଟିଲାଗଡ ଉପଜିଲ୍ଲାପାଳ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଶିକ୍ଷା ନିରୀକ୍ଷକ, ମୁରୀବାହଲ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ ପତ୍ର ପ୍ରେରଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l ସ୍କୁଲ କମିଟୀ ସଭାପତି ନଟ ସୁନା ତଥା ଗ୍ରାମବାସୀ ମିଳିତ ଭାବେ କରିଥିବା ଏହି ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି ପ୍ରକାଶ ପାଇଥିବା ବେଳେ ସରକାରଙ୍କ ଏହି ଯୋଜନା ମlନ ଏହି ଅନୁନ୍ନତ ଅଂଚଳରେ ପ୍ରହସନରେ ପରିଣତ ହୋଇଯାଇଛି।

Loading...