ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମନଗର ବ୍ଲକ ଅସୁରାଳି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷକ ମହେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପରିଚାଳନା କମିଟିର ସଭାପତି ମମତା ମଣ୍ଡଳ, ସାଧାରଣ ସମ୍ପାଦକ ପ୍ରବୀଣ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ମନ୍ଦିରର ବିକାଶ ଏବଂ ଶୈକ୍ଷିକ ମାନର ଉନ୍ନତି ନିମନ୍ତେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ। ରବିନ୍ଦ୍ର କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା, ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସାଂସ୍କୃତିକ ବିଚିତ୍ରା ପରିବେଶଣ ହୋଇଥିଲା। ମାଧବ ଚନ୍ଦ୍ର ଖଟୁଆ ଧନ୍ୟବାଦ ଦେଇଥିଲେ। ବଳରାମ ନାୟକ, ସମୀର ଜେନା, ତିଳୋତ୍ତମା ସାହୁ, ମଧୁସ୍ମିତା ବାରିକ, ସୁମିତ୍ରା ହୋତା, ସର୍ମିଳା ବାରିକ, କଳ୍ପନା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
