ଶିକ୍ଷକ ମିଳିତ ମଞ୍ଚର ଆଲୋଚନା ବିଫଳପରେ ବ୍ଲକ ସମ୍ମୁଖରେ ହେବ ନାହିଁ ଧାରଣା ଓ ପ୍ରତିବାଦ , ସମୁହ ଧାରଣା ସଚିବାଳୟ ଆଗରେ , ନମାନିଲେ ୧୭ରୁ ବ୍ୟାପକ ହେବ ପଞ୍ଚାୟତ ସ୍ତରରେ

ବାହାନଗା/ବାଲେଶ୍ୱର,୧୨/୦୯(ଓଡ଼ିଆପୁଅ/ ଭାରତୀ ଦାସ)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ବାହାନଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ୨ୟ ଦିନରେ ବସିବା ସହ ପ୍ରତିବାଦ ସଭା କରିଥିଲେ । ଦୀର୍ଘ ୨୬ଦିନ ଧରି ବ୍ଲକଗ୍ରାଣ୍ଡ ଶିକ୍ଷକ ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ମାନେ ଅହୋରାତ୍ର ଗଣ ଧାରଣାରରେ ବସିବାପରେ ଆଜି ସରକାର ଭୂବନେଶ୍ୱରରେ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବୀ ବାବଦରେ ୩ମାସ ସମୟ ମାଗିଥିବାର ଜଣାପଡ଼ିଥିଲାା ସେଥିରେ ସଙ୍ଘ ରାଜି ହୋଇନଥିବାର ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ସରକାର ବ୍ଲକ ଗ୍ରାଣ୍ଡ ଶିକ୍ଷକଙ୍କ ଦାବୀକୁ କର୍ଣ୍ଣପାତ କରୁ ନଥିବାରୁ ମିଳିତ ମଞ୍ଚ ତରଫରୁ ପ୍ରତି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ନିମନ୍ତେ ନିଷ୍ପତି ନିଆଯାଇଥିଲା । ସେହି ଅନୁସାରେ ବ୍ଲକରେ ୧୨ଟି ବ୍ଲକ ଗ୍ରାଣ୍ଡ ହାଇସ୍କୁଲ, ୧୪ଟି ଏମଇ ସ୍କୁଲ, ୨ଟି ସସ୍କୃତ ମହାବିଦ୍ୟାଳୟ, ୨ ମାଦ୍ରାସା, ୬୬୨ ବର୍ଗର ୩ କଲେଜ ଓ ୪୮୮ବର୍ଗର କଲେଜର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ୨ଦିନ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । ୪୮୮ବର୍ଗ କଲେଜ ଆବାହକ ପ୍ରଶାନ୍ତ କୁମାର ରାଉତ , ବ୍ଲକ ଗ୍ରାଣ୍ଡ ସମ୍ପାଦକ ପିତାମ୍ବର ଖିଲାର, ଓଷ୍ଟା ଆବାହକ ଲକ୍ଷ୍ମୀଧର ମୁଦୁଲି, ଓଷ୍ଟା ସମ୍ପାଦକ ନିରଞ୍ଜନ ଦାସ, ମୁକ୍ତିକାନ୍ତ ଦାସ, ୬୬୨ବର୍ଗ କଲେଜ ସଭାପତି ଦୀନବନ୍ଧୁ ଦାସ, ଅକ୍ଷୟ କୁମାର ପଣ୍ଡା, ୧୧୦ବର୍ଗ ବାଳିକା ଉଚ୍ଚ ବିଦ୍ୟାଳୟ ମମତା ଦାସ, ଯୋଗେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ବାହାନଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟସରକାରଙ୍କ ଶିକ୍ଷକ ମାରଣ ନୀତି ବିରୋଧରେ ୨ଦିନ ଧରି ପ୍ରତିବାଦ ସଭା କରିଥିଲେ । ମିଳିତ ମଞ୍ଚ ତରଫରୁ ୭ଦଫା ଦାବୀ ସମ୍ବଳିତ ଦାବୀପତ୍ର ବିଡ଼ିଓଙ୍କ ଜରିଆରେ ଶିକ୍ଷା ସଚିବ, ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଥିଲା । ୨ୟ ଦିନ ଧାରଣା ଅବସରରେ ବାଲେଶ୍ୱର କଂଗ୍ରେସ ଜିଲ୍ଲା ସଭାପତି ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଇଂ ଶରତ ରାଜ ଓ ଯୁବ ବିଜେପି ନେତା ରାକେଶ ମଲ୍ଲିକ ସରକାରଙ୍କର ଶିକ୍ଷକ ମାରଣ ନୀତିକୁ ସମାଲୋଚନାକରି ବକ୍ତବ୍ୟ ରଖିଥିଲେ । ତେବେ ଆଜି ସଙ୍ଘ ତରଫରୁ ସରକାରଙ୍କ ଠାରେ ଆଲୋଚନା ବିଫଳ ହେବା ଯୋଗୁଁ ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ ନହୋଇ ସମୁହ ସଚିବାଳୟ ଆଗରେ ଆନେ୍ଦାଳନ ଜାରୀ ରଖିବେ ବୋଲି ନଷ୍ପତି ହୋଇ ଥିବାର ଜଣାପଡ଼ିଥିଲା । ଆଗକୁ ସାକାର ଯଦି ଦାବୀ ନମାନନ୍ତି ତାହେଲେ ଆସନ୍ତା ୧୭ତାରିଖରୁ ସମସ୍ତ ଶିକ୍ଷକ, କର୍ମଚାରୀ ପଞ୍ଚାୟତ ସ୍ତରରେ ବାଇକ ରାଲି କରି ବ୍ୟାପକ ଭାବେ ସରକାରଙ୍କ ବିରୋଧରେ ପଥପ୍ରାନ୍ତ ସଭା ଓ ପ୍ରତିବାଦ ସଭାର ନିଷ୍ପତି ହୋଇଛି ବୋଲି ବାହାନଗା ବ୍ଲକ ଗ୍ରାଣ୍ଡ ସମ୍ପାଦକ ପିତାମ୍ବର ଖିଲାର କହିଛନ୍ତି ।

Leave a Reply

Your email address will not be published. Required fields are marked *