କେନ୍ଦୁଝର

ଶିକ୍ଷକ ମହେନ୍ଦ୍ର ଜେନା ଓ ଶାନ୍ତନୁ ରାଉତଙ୍କୁ କାସାଣ୍ଡ୍ରା ସମ୍ମାନ 

ହାଟଡ଼ିହି, ୫। ୯ (ଓଡ଼ିଆ ପୁଅ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ବରାହୀ ହାଇସ୍କୁଲର ସହକାରୀ ଶିକ୍ଷକ ମହେନ୍ଦ୍ର କୁମାର ଜେନା ଓ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଖେଳ ଶିକ୍ଷକ ଶାନ୍ତନୁ କୁମାର ରାଉତଙ୍କୁ ଗୁରୁଦିବସ ଅବସରରେ କାଷାଣ୍ଡ୍ରା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। କେନ୍ଦୁଝର ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନୃସିହଂ ଚରଣ ସ୍ୱାଇଁ ଓ ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକ ପୁର୍ଣ୍ଣ ଚନ୍ଦ୍ର ସେଠୀ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଶ୍ରୀଯୁକ୍ତ ଜେନା ଓ ରାଉତଙ୍କୁ ତାଙ୍କର ଶିକ୍ଷାଦାନ କ୍ଷେତ୍ରରେ ଉଳେଖନୀୟ ସଫଳତା ପାଇଁ ଉପଢ଼ୌକନ ଓ ମାନପତ୍ର ଦେଇ କାଷାଣ୍ଡ୍ରା ସମ୍ମାନରେ ସମ୍ବର୍ଦ୍ଧର୍ିତ କରିଛନ୍ତି। ଶିକ୍ଷକ ମହେନ୍ଦ୍ର କୁମାର ଜେନା ବଞ୍ଚୋ ବରାହୀ ହାଇସ୍କୁଲରେ ଜଣେ ସଫଳ ଶିକ୍ଷକ ଭାବେ ଦୀର୍ଘବର୍ଷ ଧରି ଶିକ୍ଷାଦାନ କରି ଆସୁଥିବାବେଳେ ତାଙ୍କ ଶିକ୍ଷାଦାନ ପଦ୍ଧତି ଓ ଛାତ୍ର ବତ୍ସଳତା ପାଇଁ ସେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ନିକଟରେ ଉଚ୍ଚ ପ୍ରଶଂସିତ ହୋଇ ଆସିଛନ୍ତି। ସେହିପରି ଶାନ୍ତନୁ ରାଉତ ଜଣେ ଉତ୍ତମ ଖେଳ ଶିକ୍ଷକ ଓ କ୍ରୀଡା ସଂଗଠକ ଭାବେ ସମଗ୍ର ବ୍ଲକରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଶିକ୍ଷକ ଦ୍ୱୟଙ୍କୁ ଏହି ସମ୍ମାନ ମିଳିବାପରେ ଆଖ ପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top