ଶିକ୍ଷକ ନିଯୁକ୍ତି ଦାବି ନେଇ ଶିଶୁଦିବସରେ ଖରାରେ ବସି ରାସ୍ତାରୋକ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ

ମାଲକାନଗିରି,୧୪ା୧୧ (ଓଡିଆ ପୁଅ /ଏସ.ଦାଶ )ସମଗ୍ର ରାଜ୍ୟ ଓ ଜିଲ୍ଲାପ୍ରଶାନ ଆଜି ଶିଶୁଦିବସ ଆଡମ୍ବର ସହକାରେ ପାଳୁଥିବାବେଳେ ଗୋଟିଏବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶିଶୁଦିବସ ବଦଳରେ ପ୍ରତିବାଦ ଦିବସ ପାଳନକରୁଥିବାର ଜିଲ୍ଲାବାସୀଙ୍କୁ ଚକିତ କରିଛି ।  ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ଆମଲିପୁଟ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉପ ଯୁକ୍ତିପରିମାଣରେ ଶିକ୍ଷକ ନଥିବାସ୍ଥଳେ ହାଇସ୍କୁଲ ଖୋଲିଦେଇ ଥିବାରୁ ଶିକ୍ଷାଦାନରେ ବ୍ୟାଘାତ ଘଟିଛି,ଏ ସଂପର୍କରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ବି ସେମାନେ ଗୁରୁତ୍ୱ ଦେଉନଥିବାରୁ ଶିଶୁଦିବସରେ ଉକ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଖରାରେ ବସି ରାସ୍ତାରୋକ ଆନ୍ଦୋଳନ କରିଥିଲେ ।ବହୁସମୟ ଧରି ଶତାଧିକ ଛାତ୍ର ଛାତ୍ରୀ ରାସ୍ତାରେ ବସି ଆନ୍ଦୋଳନ କରୁଥିବାରୁ ଜୟପୁର ଗୋବିନ୍ଦପାଲି,ବାଲିମେଳା କୁ ଯାନବାହନ ଚଳାଚଳ ରେ ବାଧା ସୃଷ୍ଟି ହୋଇଥିଲା । ଖଇରପୁଟ ବିଡିଓ, ମୁଦୁଲିପଡା ଥାନାଅଧିକାରୀ ଘଟଣାସ୍ଥଳରେ ପହଁଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇବାରୁ ଅପରାହ୍ନରେ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ ପ୍ରତ୍ୟାହର କରିଥିଲେ ।

 

Leave a Reply

Your email address will not be published. Required fields are marked *