ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଟ୍ୱିଟ କରି କ’ଣ କହିଲେ ଧର୍ମେନ୍ଦ୍ର ପ୍ରଧାନ ପଢ଼ନ୍ତୁ

ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ ହୋଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା କାଢିବା ଅତ୍ୟନ୍ତ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ
– ପ୍ରତ୍ୟକ୍ଷ ଭାବେ ପାଠ ପଢ଼ାଉଥିବା ଶିକ୍ଷକ, ଅଧାପକ ମାନେ ପରୀକ୍ଷା ଖାତା ନ ଦେଖିବା କାରଣରୁ ଛାତ୍ର- ଛାତ୍ରୀ ମାନଙ୍କ ମନରେ ଭୟ ଓ ଆଶଙ୍କା ଦେଖା ଦେଉଛି।
– ପ୍ରଜାତାନ୍ତ୍ରିକ ପ୍ରକ୍ରିୟାରେ ଶିକ୍ଷକ ଅଧ୍ୟାପକ ମାନେ ସେମାନଙ୍କର ଚାକିରୀ ସର୍ତ୍ତାବଳୀ ଦରମା ନେଇ ଆନ୍ଦୋଳନ ଓ ଦାବି କରିବା କିଛି ନୂଆ କଥା ନୁହେଁ
– ପ୍ରଜାତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ସରକାର ଆନ୍ଦୋଳନକାରୀ ଶିକ୍ଷକ-ଅଧ୍ୟାପକଙ୍କ ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା କାଢିବା ପାଇଁ ବଡ଼ ମନରେ ଆଗେଇ ଆସିବା ଉଚିତ
– ଓଡିଆ ଚାଷୀ ଭାଇଙ୍କ ଭଲ ଫସଲ ଅମଳ ପାଇଁ ମହା ପ୍ରଭୁ ଶ୍ରୀଜଗନ୍ନାଥ ସହାୟକ ହୁଅନ୍ତୁ।
ଭୁବନେଶ୍ବର, ୧୮ ଏପ୍ରିଲ (ଓଡ଼ିଆ ପୁଅ) – ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ଚାକିରୀ ସର୍ତ୍ତାବଳୀ ଓ ଦରମା ନେଇ ଆନ୍ଦୋଳନ ପରିପ୍ରେକ୍ଷୀରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା କାଢିବା ଅତ୍ୟନ୍ତ ଜରୁରୀ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ କରି ଏହା କହିଛନ୍ତି।

ଶ୍ରୀ ପ୍ରଧାନ ଦ୍ବିଟ କରି କହିଛନ୍ତି ଯେ ଓଡ଼ିଶା ପୁରପଲ୍ଲୀର ଆମର ସ୍କୁଲ – କଲେଜ ଯାଉଥିବା ପୁଅ ଝିଅ ମାନେ ଓଡିଶାର ମୂଳ ସମ୍ବଳ। ନୂଆ ଓଡିଶା ପାଇଁ ନୂଆ ପୀଢିକୁ ଉତମ ଶିକ୍ଷା ଓ ଉତମ ଦକ୍ଷତା ଆଧାରରେ ହିଁ ଗଢା ଯାଇ ପାରିବ। ସେ ଟ୍ୱିଟ କହିଛନ୍ତି ଯେ ଗତ କିଛି ଦିନ ଧରି ରାଜ୍ୟରେ ମାଟ୍ରିକ ହେଉ ବା ଯୁକ୍ତ ଦୁଇ ବା ଅନ୍ୟାନ୍ୟ ପାଠ୍ୟକ୍ରମର ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନର ରାସ୍ତାରେ ଅଛନ୍ତି। ବିଶେଷ ଭାବରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ପିଲା ମାନଙ୍କୁ ପ୍ରତ୍ୟକ୍ଷ ଭାବେ ପାଠ ପଢାଉଥିବା ଶିକ୍ଷକ, ଅଧ୍ୟାପକ ମାନଙ୍କର ଏକ ପ୍ରମୁଖ ଭାଗ ଖାତା ଦେଖାକୁ ବର୍ଜନ କରିଛନ୍ତି। ସେମାନେ ସେମାନଙ୍କର କିଛି ଦାବି ନେଇ ଧାରଣା, ବିକ୍ଷୋଭ ଓ ପ୍ରତିବାଦ କରି ନିଜର ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସବୁଠୁ ବଡ ଚିନ୍ତାର ବିଷୟ ହେଲା ପ୍ରତ୍ୟକ୍ଷ ଭାବେ ପାଠ ପଢାଉଥିବା ଶିକ୍ଷକ, ଅଧ୍ୟାପକ ମାନେ ପରୀକ୍ଷା ଖାତା ନ ଦେଖିବା କାରଣରୁ ଛାତ୍ର- ଛାତ୍ରୀ ମାନଙ୍କ ମନରେଭୟ ଓ ଆଶଙ୍କା ଦେଖା ଦେଉଛି। ସରକାରୀ ସ୍କୁଲ ଓ କଲେଜରେ ଗରୀବ ଓଡିଆ ପିଲା ମାନେ ହିଁ ପାଠ ପଢୁଛନ୍ତି। ସେମାନଙ୍କର ମାନସିକ ଦୃଢତା ଓ ସଫଳତା ସହିତ ଓଡ଼ିଶାର ଆଗାମୀ। ଭବିଷ୍ୟତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଜାତାନ୍ତ୍ରିକ ପ୍ରକ୍ରିୟାରେ ଶିକ୍ଷକ ଅଧ୍ୟାପକ ମାନେ ସେମାନଙ୍କର ଚାକିରୀ ସର୍ତ୍ତାବଳୀ, ଦରମା ନେଇ ଆନ୍ଦୋଳନ ଓ ଦାବି କରିବା କିଛି ନୂଆ କଥା ନୁହେଁ। ପ୍ରଜାତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ସରକାର ଆନ୍ଦୋଳନକାରୀ ଶିକ୍ଷକ-ଅଧ୍ୟାପକଙ୍କ ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା କାଢିବା ପାଇଁ ବଡ ମନରେ ଆଗେଇ ଆସିବା ଉଚିତ। ଯେହେତୁ ସାଧାରଣ ଘରର ଓଡ଼ିଆ ପିଲା ମାନଙ୍କର ଭବିଷ୍ୟତ ସହିତ ଏହି ଶିକ୍ଷକ- ଅଧ୍ୟାପକ ମାନଙ୍କର ଗୁରୁତ୍ବପୂର୍ଣ ସମ୍ପର୍କ ରହିଛି ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା କାଢିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ ପବିତ୍ର ଅକ୍ଷୟ ତୃତୀୟାରେ ଓଡ଼ିଶାର ଅର୍ଥନୀତିର ପ୍ରମୁଖ ଆଧାର ଚାଷ କାମର। ଅନୁକୁଳର ଶୁଭ ଦିନ ବୋଲି କହିବା ସହ ଅକ୍ଷି ମୁଠି ଅନୁକୂଳ କରିଥିବା ଓଡ଼ିଆ ଚାଷୀ ଭାଇଙ୍କ ଭଲ ଫସଲ ଅମଳ ପାଇଁ ମହା ପ୍ରଭୁ ଶ୍ରୀଜଗନ୍ନାଥ ସହାୟକ ହୁଅନ୍ତୁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *