ଜିଲ୍ଲା ପରିକ୍ରମା

ଶିକ୍ଷକଙ୍କ ମଦ୍ୟପାନ ଘଟଣା : ନିଲମ୍ବିତ କଲେ ଭଦ୍ରକ ବିଇଓ

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସଦର ବ୍ଲକ୍ ଅନ୍ତର୍ଗତ କାଉପୁର ନିକଟସ୍ଥ ପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗତ ଅଗଷ୍ଟ ୧୫ ତାରିଖ ଦିନ ସ୍କୁଲ ଭିତରେ ମଦ୍ୟପାନ କରି ଗଡୁଥିଲେ। ମଦ ନିଶାରେ ଶିକ୍ଷକ ନିଜର ମୋଟର ସାଇକେଲ୍ ଚଳାଇ ଘରକୁ ଯିବା ଅବସ୍ଥାରେ ନଥିଲେ। ଶେଷରେ ଲୋକମାନେ ତାଙ୍କର ପରିବାର ଲୋକଙ୍କୁ ଡକାଇ ତାଙ୍କୁ ସ୍କୁଲରୁ ବାହାରକୁ ନେଇଥିଲେ। ଅଗଷ୍ଟ ୧୫ ସାରା ଭାରତ ବର୍ଷ ପାଇଁ ଏକ ପବିତ୍ର ଦିବସ ହୋଇଥିବାବେଳେ ବିଦ୍ୟାଳୟ ପରିସରରେ ଜଣେ କର୍ତ୍ତବ୍ୟରତ ଶିକ୍ଷକ ମଦ୍ୟପାନ କରିବା ଘଟଣା ଜିଲାର ଶିକ୍ଷା ବ୍ୟବସ୍ଥାକୁ କଳୁଷିତ କରିଛି। ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ଶିକ୍ଷକଙ୍କୁ ନିଲମ୍ବିତ କରିବା ନେଇ ଏସ୍ ଏମ୍ ସି କମିଟିର ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଗତକାଲି ଭଦ୍ରକ ବିଇଓ ଶମ୍ଭୁନାଥ ପାଣିଗ୍ରାହୀ ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top