ad
ଓଡ଼ିଶା

ଶିକ୍ଷକଙ୍କ ଡେଙ୍ଗୁ ସଚେତନତା ବୈଠକ

ରାୟଗଡା ତା- ୧୫/୦୬ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ପକ୍ଷରୁ ସଚେତନତା ବୈଠକ ଭାକୁରଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ପଞ୍ଚାୟତରାଜ ନିର୍ବାଚିତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଭାକୁରଗୁଡ଼ା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହିଁ ବୈଠକ ଗ୍ରାମର ମଧ୍ୟ ଭାଗରେ ହୋଇଥିଲା। ଏଥିରେ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଯୋଗଦେଇ ଡେଙ୍ଗୁ ରୋଗର ଭୟା ଭୟତା ଉପରେ ବିଶଦ ଆଲୋଚନା କରିବା ସହ ଡେଙ୍ଗୁର ଲକ୍ଷଣ, ରୋଗ ହେବାର କାରଣ ଓ ପ୍ରତିକାର ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ। ତେବେ ପ୍ରତିକାର ଅପେକ୍ଷା ଡେଙ୍ଗୁ ନହେବା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଗ୍ରାମର ନର୍ଦ୍ଧମାର ସାମୁହିକ ସଫେଇ, ପାଇଖାନାର ବ୍ୟବହାର, ପାଣି ନ ଜମିବା ଲାଗି ସର୍ତକତାମୂଳକ ପଦକ୍ଷେପ, ମଶାରୀର ବ୍ୟବହାର ଆଦି ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଗ୍ରାମରେ ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। ପାଇଖାନା ନଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତିପୂର୍ବକ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ଲାଗି ନିଷ୍ପତି ହୋଇଥିଲା। ସେହିପରି ଗ୍ରାମର ୱାର୍ଡ ମେମ୍ବର ଓ ସରପଞ୍ଚଙ୍କ ସହାୟତାରେ ଗ୍ରାମର ସମସ୍ତ ନର୍ଦ୍ଧମାର ପୁନଃ ଉଦ୍ଧାର ଲାଗି ନିଷ୍ପତି ହୋଇଥିଲା। ବିଦ୍ୟାଳୟର ଏଭଳି ପଦକ୍ଷେପକୁ ସରପଞ୍ଚ ଓ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ଭାକୁରଗୁଡ଼ା ନିକଟବର୍ତ୍ତୀ ବୀରନାରାୟଣପୁରରେ ସଚେତନତା ଅଭାବରୁ ପାଞ୍ଚ ଜଣଙ୍କ ଠାରେ ଡେଙ୍ଗୁ ଜିବାଣୁକୁ ଠାବ କରାଯାଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top