ଜିଲ୍ଲା ପରିକ୍ରମା

ଶିକ୍ଷକଙ୍କ ଚଞ୍ଚକତା, ବୃତ୍ତି ପାଇବାରୁ ଛାତ୍ରୀ ବଞ୍ଚିତ

ଯାଜପୁର -୧୦/୬(ଓଡିଆ ପୁଅ/ଏ.ରାଉତ) – ସ୍କୁଲରେ ଅଧ୍ୟୟନରତ ପିଲାମାନେ ଶିକ୍ଷକଙ୍କୁ ଭଗବାନଠାରୁ ଅଧିକ ବିଶ୍ୱାସ କରନ୍ତି। ପ୍ରାଥମିକ ସ୍ତରର ବିଦ୍ୟାଳୟ ହେଉଛି ପିଲାମାନଙ୍କୁ ମାନସିକ, ବୌଦ୍ଧିକ, ଶାରିରୀକ ଚାରିତ୍ରିକ ଗଠନର ମୂଳଦୁଆ। ପ୍ରାଥମିକ ସ୍ତରରେ ଶିକ୍ଷକମାନେ ପିଲାମାନଙ୍କୁ ଯେଉଁଭଳିଭାବେ ଶିକ୍ଷାଦାନ କରିବେ, ଶିକ୍ଷକମାନେ ପିଲାମାନଙ୍କ ପାଖରେ ସେତିକି ଆଦରଣୀୟ, ସ୍ନେହ ଓ ଶ୍ରଦ୍ଧାର ପାତ୍ର ହୋଇପାରିବେ। ପ୍ରାଥମିକ ସ୍ତରର ବିଦ୍ୟାଳୟର ଶିକ୍ଷକମାନେ ପିଲାମାନଙ୍କୁ ସତ୍ ମାର୍ଗରେ ପରିଚାଳିତ ହେବାପାଇଁ ଶିକ୍ଷା ଦେଉଥିବାବେଳେ ଶିକ୍ଷକମାନେ ଅସାଧୁ ଓ ଚଞ୍ଚକତା କରି ଜ୍ଞାନୀ ଛାତ୍ରୀକୁ ବୃତ୍ତି ପରୀକ୍ଷାରୁ ବଞ୍ଚିତ କରିଥିବାରୁ ଛାତ୍ରୀ ମନରେ କ୍ଷୋଭ ଆସିବା ସହ ଶିକ୍ଷକଙ୍କୁ ନେଇ ଛାତ୍ରୀ ମନରେ କେତେ ଯେ ଭାବନା ଆସୁଥିବ ତାହା ସହଜରେ ଅନୁମେୟ। ଚଞ୍ଚକତା କରି ଜନୈକ ଶିକ୍ଷକ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀକୁ ବୃତ୍ତି ପରୀକ୍ଷାରୁ ବଞ୍ଚିତ କରିଥିବା ନେଇ ଅଭିଯୋଗ ହୋଇଛି। ଯାଜପୁର ସଦର ଥାନା ବଡ଼କୁଝାଲା ଗ୍ରାମର ମାନସ ରଞ୍ଜନ ଦାସଙ୍କ ଝିଅ ସ୍ମୃତିରେଖା ଏ.କେ. ବିଦ୍ୟାନିକେତନ ବିଦ୍ୟାଳୟରେ ଅଧ୍ୟୟନରତ। ୧ମ ରୁ ଆରମ୍ଭକରି ୩ୟ ଶ୍ରେଣୀ ପର୍ଯ୍ୟନ୍ତ ସ୍ମୃତିରେଖା ସ୍କୁଲରେ ୧ମ ସ୍ଥାନ ଅଧିକାର କରିଥାଏ। ୨୦୧୭ ମସିହାରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ସ୍ମୃତିରେଖା ମନୋନୀତ ହୋଇ ବୃତ୍ତି ପରୀକ୍ଷା ନିମନ୍ତେ ସ୍କୁଲରେ ପରୀକ୍ଷା ଦେଇଥିଲେ। ପରୀକ୍ଷାଫଳ ପ୍ରକାଶିତ ହେବାପରେ ସ୍ମୃତିରେଖା ବୃତ୍ତି ପରୀକ୍ଷାରୁ ବଞ୍ଚିତ ହେବାରୁ ବାପା ଓ ମାଆଙ୍କ ଅନୁରୋଧକ୍ରମେ ପରୀକ୍ଷାଖାତା ଯାଞ୍ଚ କରିବାକୁ କହିଥିଲେ। କୁନି ଝିଅ ମନରେ ବାଧା ନଦେଇ ପରିବାରବର୍ଗ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଖାତା ପୁନଃ ଯାଞ୍ଚ କରିବାପାଇଁ ଅନୁମତି ମାଗିବାରୁ ପରିବାରବର୍ଗଙ୍କୁ ଖାତା ହସ୍ତଗତ ହେବାପରେ ଜଣାପଡ଼ିଲା ସ୍ମୃତିରେଖା ଠିକ୍ କରିଥିବା ପ୍ରଶ୍ନର ଉତ୍ତରଗୁଡ଼ିକୁ ଚଞ୍ଚକତା କରାଯାଇ ଠିକ୍ ଚିହ୍ନ ଉପରେ ପୁନଶ୍ଚ ଭୁଲ ଚିହ୍ନ ମରାଯାଇ ନମ୍ବର କାଟି ଦିଆଯାଇଛି। ଏ ବିଷୟରେ ସ୍ମୃତିରେଖା ଓ ତାହାର ପରିବାରବର୍ଗ ଅନ୍ୟ ଶିକ୍ଷକଙ୍କୁ ଖାତା ଦେଖାଇବା ପରେ ଖାତାରେ ଚଞ୍ଚକତା ହେବାର ଜାଣିବାକୁ ପାଇଥିଲେ। ଏହି ଘଟଣା ନେଇ ସ୍ମୃତିରେଖା ଓ ତାର ପରିବାରବର୍ଗ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଶାସନ ସଚିବ, ଶିକ୍ଷା ସଚିବ, ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଚଞ୍ଚକତା କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲାରେ ହୋଇଥିବା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାର ଖାତାଗୁଡ଼ିକ ପୁନଃ ଯାଞ୍ଚ କରିବାପାଇଁ ସ୍ମୃତିରେଖା ଓ ପରିବାରବର୍ଗ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସ୍ମୃତିରେଖା ବୃତ୍ତି ପରୀକ୍ଷାରୁ ବଞ୍ଚିତ ହୋଇଥିବାର ମନସ୍ତାପ ଦେଇ ଗତି କରୁଥିବାର ଜାଣିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top