ଜିଲ୍ଲା ପରିକ୍ରମା

ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳାକୁ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ବିରୋଧ

ଯାଜପୁର, ୪/୪(ଓଡିଆ ପୁଅ/ମାନସ ରାଉତ) ରସୁଲପୁର ବ୍ଲକ ଅର୍ଥଗାଁ ପଂଚାୟତ କ୍ରୀପାଳପୁର ନୂତନ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲାଇଲେ ଅଭିଭାବକ ଓ ଛାତ୍ରୀଛାତ୍ରଗଣ। ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳାକୁ ବିରୋଧ କରି ଆଜି ପୂର୍ବାହ୍ନରେ ଛାତ୍ରା ଅଭିଭାବକ, ପରିଚାଳନା କମିଟିର ସଦସ୍ୟ, ପଂଚାୟତର ନିର୍ବାଚିତ ପ୍ରତିନିଧିଗଣ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟକୁ ଶିକ୍ଷକମାନେ ନିୟମିତ ଓ ସଠିକ୍ ସମୟରେ ନଆସୁଥିବାରୁ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ଶ୍ରେଣୀ ପ୍ରକୋଷ୍ଠରେ ତାଲା ପକାଇ ଧାରଣାରେ ବସିଥିଲେ। ଏ ସଂପର୍କରେ ସିଆରସିସି ପ୍ରତାପରୁଦ୍ର ପଣ୍ଡା ଅବଗତ ହୋଇ ବିଦ୍ୟାଳୟରେ ନିକଟରେ ପହଁଚି ଥିଲେ। ଅଭିଭାବକମାନଙ୍କୁ ବୁଝାସୁଝା କରିବା ସହ ଆଗକୁ ଏଭଳି ସମସ୍ୟା ହେବ ନାହିଁ ବୋଲି ପ୍ରତିଶ୍ରୃତି ଦେବାରୁ ସମସ୍ୟା ଟଳିଥିଲା। ଏହି ନୂତନ ପ୍ରାଥମିକ ବିଦ୍ୟାଳୟରେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢୁଛନ୍ତି। ଉକ୍ତ ବିଦ୍ୟାଲୟରେ ୨ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଶରତ ଚନ୍ଦ୍ର ରାଉଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ଦାଇତ୍ୱ ନିର୍ବାହ କରୁଛନ୍ତି। ସହାକରୀ ଶିକ୍ଷକ ଭାବରେ ନିରଞ୍ଜନ ନାୟକ ଅଛନ୍ତି। ନିରଞ୍ଜନ ନାୟକ ପ୍ରତ୍ୟେହ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି। ଏହାଛଡା ପ୍ରଧାନ ଶିକ୍ଷକ ଶ୍ରୀ ରାଉଳ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଆଳରେ ବିଦ୍ୟାଳୟକୁ ବିଳମ୍ବରେ ଆସିବା ଥୟ। ଫଳରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି। କେତେବେଳେ ପିଲାମାନେ ପ୍ରାର୍ଥନା ସଭାରୁ ବଂଚିତ ହେଉଛନ୍ତି। ତ ଆଉ କେତେବେଳେ ଶିକ୍ଷକଙ୍କ ଅନୁପସ୍ଥିତ ଯୋଗୁଁ ପାଠ ନ ପଢି ଖେଳିବୁଲି ଘରକୁ ଫେରୁଛନ୍ତି। ଏ ସଂପର୍କରେ ସଂପୃକ୍ତ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କୁ ଅଭିଭାବକମାନେ ତାଗିଦ୍ କରିଆସୁଛନ୍ତି। ଏହାସତ୍ୱେ ବି ଶିକ୍ଷକ ଦ୍ୱୟଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ ହେଉ ନାହିଁ। ଯାହାକୁ ବିରୋଧ କରି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଚିତ୍ର ଦଳେଇଙ୍କ ନେତୃତ୍ୱରେ, ୱାର୍ଡ ସଭ୍ୟ ବିଦ୍ୟାଧର ଦଳେଇ, ସଭ୍ୟ କପିଳେନ୍ଦ୍ର ଦଳେଇ, ଅକ୍ଷୟ ଦଳେଇ, ନବକିଶୋର ଦଳେଇ, ସୁଧାକର ଦଳେଇ ପ୍ରମୁଖ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଏ ସଂପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ପଚାରିବାରୁ ସେ ମଧ୍ୟାହ୍ନ ଭୋଜନ ପାଇଁ ପରିବା ଓ ଅଣ୍ଡା କିଣି ଫେରିବାରୁ ବିଳମ୍ବ ହେଲା। ସହକାରୀ ଶିକ୍ଷକ ଜଣକ ପରୀକ୍ଷା ଡିୟୁଟିରେ ଅଛନ୍ତି। ତେଣୁ ସେ ବିଦ୍ୟାଳୟକୁ ଆସୁନାହାଁନ୍ତି। ସିଆରିସିସି ଶ୍ରୀ ପଣ୍ଡାଙ୍କ ମତରେ ବିଦ୍ୟାଳୟରେ ଏଭଳି ନିୟମିତ ହେଉଛି ବୋଲି ତାଙ୍କ ନିକଟରେ କେବେ ଅଭିଯୋଗ ହୋଇନାହିଁ। ଅଭିଭାବକ ଓ ପରିଚାଳାନା କମିଟି ପକ୍ଷରୁ ଲିଖିତ ଅଭିଯୋଗ ଆସିଲେ ଯାହାକିଛି ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top