ଜିଲ୍ଲା ପରିକ୍ରମା

ଶିକ୍ଷକଙ୍କୁ ସମ୍ମାନିତ କଲା ଆଦାନୀ ଫାଉଣ୍ଡେସନ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଦୁଇଜଣ ଶିକ୍ଷାବିତ୍ଙ୍କୁ ଆଦାନୀ ଫାଉଣ୍ଡେସନ ତରଫରୁ ‘ଗୁରୁସମ୍ମାନ’ରେ ସମ୍ମାନିତ କରାଯାଇଛି। ଧାମରା ପାଶ୍ୱର୍ବର୍ତ୍ତୀ ଅଂଚଳର ବିଭିନ୍ନ ସ୍ଥାନରେ ଶିକ୍ଷକତା କରି ଶିକ୍ଷା ଓ ଛାତ୍ରଛାତ୍ରୀଙ୍କର ଗୁଣାତ୍ମକ ବିକାଶରେ ସହାୟକ ହୋଇଥିବା ୨ ଜଣ ଶିକ୍ଷକଙ୍କୁଗୁରୁଦିବସ ଉପଲକ୍ଷେ ‘ଗୁରୁସମ୍ମାନ’ ନିମିତ୍ତ ଚୟନ କରାଯାଇଥିଲା। ଆଜି ଧାମରା ପୋର୍ଟ ପରିସର ମଧ୍ୟରେ ଗୁରୁଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନକରି ସୁଖ୍ଚାନ୍ଦ ମାନା ଏମ୍ଇ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ଦାସ ଓ ବଇଁଚୁଆ ୟୁଜିଏମ୍ଇ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ପାଣିଗ୍ରାହୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ସ୍ୱରୂପ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ପୋର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଏହି ଶିକ୍ଷକମାନଙ୍କୁ ସମ୍ମାନିତ କରିବାସଙ୍ଗେ ସଙ୍ଗେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନଙ୍କୁ ଗୁରୁଦିବସ ଅବସରରେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଆଦାନୀ ଡିଏଭି ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ଷଡ଼ଙ୍ଗୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଗଣ, ଧାମରା ପୋର୍ଟର ବହୁ କର୍ମଚାରୀ ଓ ଆଦାନୀ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top