କେନ୍ଦୁଝର

ଶିକ୍ଷକଙ୍କୁ ସମ୍ପର୍ଦ୍ଧନା

ଘଟଗାଁ, ୯/୦୯, (ଭବାନୀ ପ୍ରସାଦ)- ଓଡିଶା ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଇଡକଲ ଅଡିଟରିୟମ ପରିସରରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ପବିତ୍ର ଗୁରୁଦିବସ ଅବସରରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଇଦାପାଟଣା ପକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଧାଶୁଂ କୁମାର ବେହେରାଙ୍କୁ ରାଜ୍ୟ ସ୍ତରୀୟ କୃତି ଶିକ୍ଷକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଓଡିଶା ରାଜ୍ୟ ୟୁଟିଆ ସଂଘର ସ୍ଥାୟୀ ସଭାପତି ବିକ୍ରମ କେଶରୀ ବର୍ମା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରୀ ନାରାୟଣ ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ଭୁବନେଶ୍ୱର ବିଧାୟକ ପ୍ରୟଦର୍ଶି ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍କୁଲର କୃତି ଶିକ୍ଷକ ମାନଙ୍କୁ ପୁରସ୍କୃତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top