ଶିକ୍ଷକଙ୍କୁ ଆରଏସିପି ପ୍ରଦାନ ପ୍ରସଙ୍ଗ-ବାଲେଶ୍ୱର ସାଂସଦଙ୍କ ହସ୍ତକ୍ଷେପ

ବାଲେଶ୍ୱର,୨୮/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଅନୁଦାନପ୍ରାପ୍ତ ବିଦ୍ୟାଳୟ ଶିକ୍ଷକଙ୍କୁ ଆରଏସିପି ପ୍ରଦାନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାଳକ୍ଷେପଣ ନୀତକୁ ନେଇ ଶିକ୍ଷକ ସଂଘମାନେ ଅତିଷ୍ଠ ହୋଇପଡ଼ିଥିବା ବେଳେ ଏହାର ଆଶୁ ସମାଧାନ ପାଇଁ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ହସ୍ତକ୍ଷେପ କରିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରଏସିପି ପ୍ରଦାନରେ ବିଳମ୍ବକୁ ନେଇ ଆଲୋଚନା କରିଥିଲେ। ପଦୋନ୍ନତି ବନ୍ଦ ହୋଇଥିବା ବେଳେ ଶିକ୍ଷକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ର ରିଭାଇଜଡ୍ ଆସିଓଡ଼ କ୍ୟାରିୟର ପ୍ରୋଗ୍ରେସନ (ଆରଏସିପି) ବ୍ୟବସ୍ଥା କରିଛନ୍ତି। ନିୟମିତ ବ୍ୟବଧାରେ ଏହି ସନ୍ତୋଷଜକନ ଇନ୍ କ୍ରିମେଣ୍ଟ ସେମାନଙ୍କର ହକ୍ ହୋଇଥିବା ବେଳେ ଏଥିରୁ ଶିକ୍ଷକଙ୍କୁ ବଞ୍ଚିତ କରିବା ଆଦୌ ଉଚିତ ନୁହେଁ ବୋଲି ସାଂସଦ ଶ୍ରୀ ଜେନା କହିଥିଲେ। ତୁରନ୍ତ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ବାଦ ପଡ଼ିଥିବା ଶିକ୍ଷକଙ୍କ ନାମ ଆରଏସିପି ପାଇଁ ପଠାଇବାକୁ ସେ ଜିଲ୍ଳା ଶିକ୍ଷାଧିକାରୀ ହୃଷୀକେଶ କାଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆରଏସିପି ବାବାଦରେ ସରକାରଙ୍କ ୨୮ ଶହ ଟଙ୍କାର ଘୋଷଣାକୁ ସେତେବେଳେ ଶିକ୍ଷକମାନେ ଗ୍ରହଣ ନକରି ୪୨ ଶହ ଟଙ୍କା ଦାବିରେ ଭଦ୍ରକ ଜିଲ୍ଲାର କେତେକ ଶିକ୍ଷକ କୋର୍ଟରେ ଆଶୟ ନେଇଥିଲେ। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୮ ଶହ ଟଙ୍କାର ଆରଏସିପି କେତେକ ଶିକ୍ଷକ ନେଇଥିଲେ। ବାଲେଶ୍ୱରରେ ବହୁ ଶିକ୍ଷକ ସେତେବେଳେ ଆରଏସିପି ନେଇ ନଥିବା ବେଳେ କୋର୍ଟରେ ମଧ୍ୟ ମାମଲା କରିନଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଆରଏସିପି ପ୍ରଦାନ କରାଯାଉଥିବା ଶିକ୍ଷାଧିକାରୀ ଶ୍ରୀ କାଣ୍ଡି କହିଥିଲେ। ତେବେ ଭଦ୍ରକ ଜିଲ୍ଲା ଶିକ୍ଷକଙ୍କ ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ବାଲେଶ୍ୱରର ଶିକ୍ଷକଙ୍କୁ ଆରଏସିପି ତାଲିକାଭୁକ୍ତ କରିବା ପାଇଁ ସାଂସଦ ଶ୍ରୀ ଜେନା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *