ଶିକ୍ଷକଙ୍କର ବିୟୋଗରେ ସ୍ମୃତି ସଭା

ପୁରୀ:୨୦/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମ୍ୟୁନିସପାଲ ହାଇସ୍କୁଲର ଶିକ୍ଷକ ରାଧାମୋହନ ମହାପାତ୍ରଙ୍କ ଏକାଦଶ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ମୃତି ସଭାରେ ଶିକ୍ଷାବିତ୍ କିଶୋର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଏହି ସ୍ମୃତି ସଭାରେ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ପୌର ସଦସ୍ୟ ଗୌରହରି ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆ, ଶାନ୍ତିରଞ୍ଜନ ମିଶ୍ର, କରୁଣା ମହାପାତ୍ର, ଦେବେନ୍ଦ୍ର ନାରାୟଣ ମିଶ୍ର, ସ୍ୱପ୍ନ କୁମାର ଶତପଥୀ, ରବି ନାରାୟଣ ରଥ, ଗୋପାଳ କୃଷ୍ଣ ପାଢ଼ୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *