ଶାହରୁଖ ଖାନଙ୍କୁ ଝଟକା: ନିୟମ ଉଲ୍ଲଂଘନକୁ ନେଇ କିଙ୍ଗ ଖାନଙ୍କୁ ନୋଟିସ୍

– ଶାହରୁଖ ଖାନଙ୍କର ଅଲୀବାଗ ଫାର୍ମ ହାଉସ ସିଲ୍
– ନିୟମ ଉଲ୍ଲଂଘନକୁ ନେଇ କିଙ୍ଗ ଖାନଙ୍କୁ ନୋଟିସ
ମୁମ୍ବାଇ ୩୧-୧ (ଓଡ଼ିଆ ପୁଅ): ବଲିଉଡ଼୍ ଆକ୍ଟର ଶାହରୁଖ ଖାନ ମୁଶ୍କିଲରେ ପଡିଛନ୍ତି। ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଶାହରୁଖ ଖାନଙ୍କର ଅଲୀବାଗ ସ୍ଥିତ ଫାର୍ମ ହାଉସକୁ ସିଲ୍ କରି ଦେଇଛନ୍ତି। ରିପୋର୍ଟ୍ସ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ବେନାମୀ ସଂପତ୍ତି ନିଆଦିଆ ନିଷେଧ ଅଧିନିୟମର ଅନୁଯାୟୀ କରାଯାଇଛି। ଏହି ମାମଲାରେ କିଙ୍ଗ ଖାନଙ୍କୁ ନୋଟିସ ମଧ୍ୟ ପଠାଯାଇଛି। ଏବେ ତାଙ୍କୁ ୯୦ ଦିନରେ ଏହି ନୋଟିସର ଜବାବ ଦେବାକୁ ପଡ଼ିବ।

ଶାହରୁଖଙ୍କ ଉପରେ ଆରୋପଯେ, ସେ ଚାଷ ଜମି  ଉପରେ ଫାର୍ମ ହାଉସ ବନାଇଛନ୍ତି। ଯାହାକି ମହାରାଷ୍ଟ୍ରରେ ନିୟମ ବିରୁଦ୍ଧ ଅଟେ। ୨୦ ହଜାର ବର୍ଗ ମିଟରରେ ପ୍ରସାରିତ ଶାହରୁଖଙ୍କର ଏହି ଫାର୍ମ ହାଉସର ମୂଲ୍ୟ ୧୪ କୋଟି ୬୭ ଲକ୍ଷ ଟଙ୍କା କୁହାଯାଉଛି।

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ପ୍ରଶାସନ କୃଷି ଭୂମିର କିଣା ସମ୍ବନ୍ଧିତ ନିୟମର କଥିତ ଉଲ୍ଲଙ୍ଘନକୁ ନେଇ ଅଭିନେତା ଶାହରୂଖ ଖାନଙ୍କୁ ନୋଟିସ ଜାରି କରାଯାଇଛି। ରାୟଗଡ଼ ଜିଲ୍ଲାର କଲେକ୍ଟର ଡକ୍ଟର ବିଜୟ ସୂର୍ଯ୍ୟବଂଶୀ ଏହି ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ଏହି ଭୂମି ଉପରେ ବଙ୍ଗଳା ନିର୍ମାଣ କରାଯାଇଛି। ସେଠାରେ ସ୍ୱୀମିଙ୍ଗ ପୁଲ ଏବଂ ହେଲିପ୍ୟାଡ ମଧ୍ୟ ନିର୍ମିତ ହୋଇଥିବାର କୁହାଯାଉଛି। ଏହି ବଙ୍ଗଳାର ମାଲିକ ଶାହରୁଖ ଖାନ ଅଟନ୍ତି। ବମ୍ବେ ଟେନେନ୍ସୀ ଏଣ୍ଡ ଏଗ୍ରିକଲ୍ଚର ଲ୍ୟାଣ୍ଡ ଅଧିନିୟମର ଧାରା ୮୪ ସି.ସି. ଅନୁଯାୟୀ ନୋଟିସ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *