ଜିଲ୍ଲା ପରିକ୍ରମା

ଶାସ୍ତ୍ରୀୟ ସଙ୍ଗୀତାଳୟର ୨୦ତମ ବାର୍ଷିକ ଉତ୍ସବ

ରାଉରକେଲା ୨ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ପ୍ରଜ୍ଞାଜ୍ୟୋତି ଶାସ୍ତ୍ରୀୟ ସଙ୍ଗୀତାଳୟର ୨୦ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ଏସ୍ପି ସମାଜ ମଙ୍ଗଳ ବିଭାଗ ମୁଖ୍ୟ ହୀରାଲାଲ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରି କହିଲେ, ତବଲାରେ ରାଉରକେଲାକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଏହି ଅନୁଷ୍ଠାନର ଅବଦାନ ରହିଛି। ସଙ୍ଗୀତ ହେଉଛି ସାତ ସୁରରେ ବନ୍ଧା। ଯେ କୌଣସି ସଂସ୍କୃତିର ମୂଳ ହେଉଛି ଶାସ୍ତ୍ର। ମାତ୍ର ବର୍ତ୍ତମାନ ପୁରାତନକୁ ଧୀରେ ଧୀରେ ଭୁଲିଯାଉଛୁ। ପୁରାତନକୁ ଅନୂସରଣ କରି ଭବିଷ୍ୟତ ପାଇଁ ଆଗକୁ ବଢିବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ। ସଭାପତି ପଶୁତିନାଥ ଚାଟାର୍ଜୀ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଗୁରୁ ସୁଦର୍ଶନ ସାହୁ ଉପସ୍ଥିତ ଥିଲେ। ବାଳକୃଷ୍ଣ ପାଣିଗ୍ରାହୀଙ୍କୁ ବେଦମନ୍ତ୍ର ଉଚ୍ଚାରଣ ପାଇଁ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଅନୁଷ୍ଠାନର ଶିଳ୍ପୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ତରଣୀ ଜେନା ରଚନା, ସ୍ୱର ସଂଯୋଜନା, ବିନୀତାରାଣୀ ମହାନ୍ତି ହାରମୋନିୟମ, ଗୁରୁ ସୁଦର୍ଶନ ସାହୁ ଓ ନରେନ୍ଦ୍ର ନାୟକ ତବଲା ଏବଂ ବିଶ୍ୱପ୍ରିୟ ସିନ୍ଥେସାଇଜରରେ ଥିଲେ। ଆଜିର ମୁଖ୍ୟ ଆକର୍ଷଣ ଥିଲା ବୃନ୍ଦ ତବଲା ବାଦନ। ବିଭିନ୍ନ ବର୍ଗରେ ଅନୁଷ୍ଠାନର ଶିଳ୍ପୀମାନେ ତବଲା ବାଦନ କରିଥିଲେ। ପରେ ଗୁରୁ ରବିନ୍ଦ୍ର କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ପ୍ରିୟମ୍ବଦା ଶୁକ୍ଲା ଓଡ଼ିଶୀ ନୃତ୍ୟ ‘ବର୍ଷା ଅଭିସାର’ ପରିବେଷଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top