ଶାସଙ୍ଗରେ ଜଗାବଳିଆଙ୍କ ପାଇଁ ସମୁହ ପୂଜାର୍ଚ୍ଚନା

ହାଟଡ଼ିହି, ୪/୧୧/: (ବିକାଶ ବିଶ୍ୱାଳ) ଦିଲ୍ଲୀର ଏମ୍ସ ହସପିଟାଲରେ ଚିକିତ୍ସାଧିନ ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ହାଟଡିହି ବ୍ଲକ ଶାସଙ୍ଗ ଶିଖରେଶ୍ୱର ମନ୍ଦିରରେ ଆଜି ସମୁହ ପୂଜାର୍ଚ୍ଚନା ଓ ଦୀପଦାନ କରାଯାଇଛି । ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ମହିଳାମାନେ ଶିଖରେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବାସହ ଦୀପଜାଳି ଜଗା ଓ ବଳିଆଙ୍କ ଆଶୁ ଆରୋଗ୍ୟ ଲାଗି ପ୍ରାର୍ଥନା କରିଥିଲେ । ଉଚ୍ଛବ ଚନ୍ଦ୍ର ପାଢ଼ୀ ପୂଜାର୍ଚ୍ଚନା କରିଥିବାବେଳେ ଶଶିକାନ୍ତ ବିଶ୍ୱାଳ, ଅନାଦି ଚରଣ ରାଉତ, ବଳରାମ ବିଶ୍ୱାଳ, ପ୍ରାଣବଲ୍ଲବ ବିଶ୍ୱାଳ, ନରହରି କୁଅଁର, ସନାତନ ପାଢ଼ୀ, କରୁଣାକର ପାଢ଼ୀ, ବୀରଭଦ୍ର ବିଶ୍ୱାଳ, ବୈକୁଣ୍ଠ ପାଢ଼ୀ, କୁନା କୁଅଁର, ପ୍ରମୋଦ ସ୍ୱାଇଁ, ସୁଧୀର ବିଶ୍ୱାଳ, ପର୍ଶୁରାମ ନାୟକ, ବିଜୟ କୁମାର ବିଶ୍ୱାଳ, କମଳାକାନ୍ତ ଆୟଚ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *