ଓଡ଼ିଶା

ଶାସକ ବିଜେଡି ମହାନଦୀ ପାଇଁ ଚିନ୍ତିତ ନୁହେଁ, ବରଂ ବିଜେପି ପାଇଁ ବିଚଳିତ : ବିଜେପି

ମୁଖ୍ୟମନ୍ତ୍ରୀ ମହାନଦୀ ସୁରକ୍ଷା ନେଇ ନିଜ ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେବା ପ୍ରସଙ୍ଗରେ:
– ମହାନଦୀ ସୁରକ୍ଷା ପ୍ରସଙ୍ଗରେ ବିଜେପି ଓଡିଶାବାସୀଙ୍କ ସ୍ୱାର୍ଥ ଓ ହକ୍ ପାଇଁ ସଂକଳ୍ପବଦ୍ଧ
– ରାଜ୍ୟସରକାରଙ୍କ ଅପରାଗତା ପାଇଁ ରାଜ୍ୟର ସମସ୍ତ ନଦୀ ଅସୁରକ୍ଷିତ ହୋଇପଡିଛି
– ମହାନଦୀ ପ୍ରସଙ୍ଗ ଟ୍ରିବ୍ୟୁନାଲରେ ବିଚାରଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀ କେବଳ ମିଛ ସୁଆଙ୍ଗ କରୁଛନ୍ତି
– ମହାନଦୀର ସମୁଦାୟ ୪୮, ୭୩୨ ମିଲିୟନ କ୍ୟୁବିକ ମିଟର ଜଳରୁ ୫୩ ପ୍ରତିଶତ ଅର୍ଥାତ୍ ୨୫, ୯୪୦ ମିଲଲିୟନ କ୍ୟୁବିକ ମିଟର ଜଳ ସମୁଦ୍ରକୁ ବୋହିଯାଉଛି
– ମୁଖ୍ୟମନ୍ତ୍ରୀ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ନକରି ମହାନଦୀ ଆନ୍ଦୋଳନର ଡ୍ରାମା କରିବା ଅତ୍ୟନ୍ତ ନିନ୍ଦନୀୟ

ଭୁବନେଶ୍ୱର, ତା.୨୨/୦୪(ଓଡ଼ିଆ ପୁଅ): ବାସ୍ତବରେ ଶାସକ ବିଜେଡି ମହାନଦୀ ପାଇଁ ଚିନ୍ତିତ ନୁହେଁ ବରଂ ବିଜେପି ପାଇଁ ବିଚଳିତ। କେବଳ ଯେ ମହାନଦୀରେ ପାଣି ଶୁଖି ଯାଉଛି, ତାନୁହେଁ ରାଜ୍ୟର ସମସ୍ତ ନଦୀ ଶୁଖିଲା ପଡିଛି। ସେ ନେଇ କେବେ ମୁଖ୍ୟମନ୍ତ୍ରୀ ଚିନ୍ତା କରିନାହାଁନ୍ତି। ନିଜର ଅପାରଗତା କାରଣରୁ ରାଜ୍ୟର ସମସ୍ତ ନଦୀ ଅସୁରକ୍ଷିତ ହୋଇପଡିଛି। ମୁଖ୍ୟମନ୍ତ୍ରୀ ମିଛ ଡ୍ରାମାବାଜି ଦ୍ୱାରା ମହାନଦୀକୁ ପ୍ରସଙ୍ଗ ଉଠାଇ ନିଜର ଅପାରଗତାକୁ ଲୁଚାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମହାନଦୀ ସୁରକ୍ଷା ନେଇ ନିଜ ଦଳୀୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେବା କେବଳ ଶସ୍ତା ରାଜନୀତି ବ୍ୟତୀତ ଆଉ କିଛି ନୁହେଁ। ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଟ୍ରିବ୍ୟୁନାଲ ଗଠନ ହୋଇସାରିଛି। ମାମଲାଟି ଟ୍ରିବ୍ୟୁନାଲର ବିଚାରଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏପରି ସୁଆଙ୍ଗ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜନୀତି ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ମୌସୁମୀ ସମୟରେ ବିଭିନ୍ନ ଜଳାଶୟ ଏବଂ ନଦୀମାନଙ୍କରେ ଜଳ ସଂରକ୍ଷଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଅନ୍ୟ ରାଜ୍ୟମାନଙ୍କରେ ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଦୀର୍ଘ ୧୮ ବର୍ଷ ଶାସନ ମଧ୍ୟରେ ରାଜ୍ୟର ଜଳସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି। କେବଳ ମହାନଦୀ ନୁହେଁ ରାଜ୍ୟର ପ୍ରମୁଖ ନଦୀ ମାନଙ୍କର ସ୍ଥିତି ସମାନ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ମହାନଦୀର ସମୁଦାୟ ୪୮, ୭୩୨ ମିଲିୟନ କ୍ୟୁବିକ ମିଟର ଜଳରୁ ୫୩ ପ୍ରତିଶତ ଅର୍ଥାତ୍ ୨୫, ୯୪୦ ମିଲିୟନ କ୍ୟୁବିକ ମିଟର ଜଳ ସମୁଦ୍ରକୁ ବୋହିଯାଉଛି। ଜଳସେଚନ ପାଇଁ ୨୨ ପ୍ରତିଶତ ଏବଂ ପାନୀୟ ଜଳ ପାଇଁ ମାତ୍ର ୦.୨୩ ପ୍ରତିଶତ ପାଣିକୁ ରାଜ୍ୟବାସୀ ବ୍ୟବହାର କରୁଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ନିଜର ଅକ୍ଷମତା ପାଇଁ ସମୁଦ୍ରକୁ ବୋହିଯାଉଥିବା ୫୩ ପ୍ରତିଶତ ପାଣିକୁ ରାଜ୍ୟ ସରକାର ସଂରକ୍ଷଣ କରିପାରୁନାହାଁନ୍ତି। ମୁଖ୍ୟମନ୍ତ୍ରୀ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ନକରି ମହାନଦୀ ଆନ୍ଦୋଳନର ଡ୍ରାମା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ମହାନଦୀ ସୁରକ୍ଷା ପ୍ରସଙ୍ଗରେ ବିଜେପି ଓଡିଶାବାସୀଙ୍କ ସ୍ୱାର୍ଥ ଓ ହକ୍ ପାଇଁ ସଂକଳ୍ପବଦ୍ଧ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀବ ଓ ଜନକଲ୍ୟାଣ ଯୋଜନାରେ ସାଧାରଣଜନତା ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ସମର୍ଥନ ବୃଦ୍ଧି ପାଉଥିବାରୁ ଶାସକ ବିଜେଡି ମହାନଦୀକୁ ପ୍ରସଙ୍ଗ କରି କେବଳ ବିଜେପିକୁ ବଦନାମ କରିବା ପାଇଁ ଅପଚେଷ୍ଟା କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top