ଓଡ଼ିଶା

ଶାସକ ବିଜେଡିର ଦୌରାତ୍ମ ଏବଂ ଗୁଣ୍ଡାରାଜ କାରଣରୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେପି

ବିଜେପି ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ

ଭୁବନେଶ୍ୱର, ତା ୩୧/୦୩ (ଓଡ଼ିଆ ପୁଅ) : ଶାସକ ବିଜେଡିର ଦୌରାତ୍ମ ଏବଂ ଗୁଣ୍ଡାରାଜ କାରଣରୁ ଆଜି ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ହିଂସା ପରାୟଣ ହୋଇ ପଡି ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କୁ ଆକ୍ରୋଶମୁଳକ ଭାବେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହିଁ। ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ, ନେତୃବୃନ୍ଦଙ୍କ ପ୍ରତ୍ୟେକ୍ଷ ପ୍ରରୋଚନାରେ ରାଜ୍ୟରେ ରାଜନୈତିକ ହିଂସା ଦିନକୁ ଦିନ ବଢିବାରେ ଲାଗିଛି। ଆଉ ଏ ସମସ୍ତ ଘଟଣାମାନ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରାଯାଉଛି ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ଆଜି ବରଗଡର ସୋହାଲାଠାରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରଂଜନ ପଟେଲ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ଇରାଶିଷ ଆଚାର୍ଯ୍ୟଙ୍କ ଉପରେ ଶାସକ ବିଜେଡିର ଗୁଣ୍ଡାମାନଙ୍କ ଦ୍ୱାରା ହୋଇଥିବା ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଏବଂ ଶାସକ ବିଜେଡିର ହୀନ ମାନସିକତାର ପରିଚୟ ଅଟେ। ବିଜେପୁର ଉପ ନିର୍ବାଚନ ପରେ ରାଜନୈତିକ ହିଂସା ପରାୟଣ ହୋଇ ବିରୋଧୀଙ୍କ ପ୍ରତି ଅସହିଷ୍ନୁ ହୋଇ ପଡିଥିବା ଶାସକ ବିଜେଡି ଏହି ଭଳି ହୀନ ଘଟଣା ଘଟାଇଛି। ଜିଲ୍ଲାର ପ୍ରଭାବଶାଳୀ ମନ୍ତ୍ରୀ ସୁଶାନ୍ତ ସିଂହ, ସ୍ନେହାଂଗିନୀ ଛୁରିଆ, ବରିଷ୍ଠ ନେତା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ଏଭଳି ହୀନ ଘଟଣା ଘଟିଥିବାର ଶ୍ରୀ ମହାନ୍ତି ଅଭିଯୋଗ କହିଛନ୍ତି।

ଶାସକ ବିଜେଡିର ଏଭଳି ହୀନ କାର୍ଯ୍ୟକଳାପ ଏବଂ ଗୁଣ୍ଡାଗର୍ଦ୍ଦି ରାଜ୍ୟର ସୁସ୍ଥ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ ଅଟେ। ଏଭଳି ହୀନ ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top