ଶାଶୂ ହତ୍ୟାକାରୀ ଜ୍ୱାଇଁକୁ ଆଜୀବନ ଜେଲ୍

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଶାଶୂକୁ ହତ୍ୟା କରିଥିବା ଜ୍ୱାଇଁକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଭଦ୍ରକ ଜିଲା ଜଜ୍ ଶୋଭନ କୁମାର ଦାସ ଏ ସଂପର୍କିତ ମାମଲାର ରାୟ ପ୍ରକାଶ କରିଛନ୍ତି। ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କ୍ଷିରପଦା ଗ୍ରାମର ଆଲ୍ଲାଉଦ୍ଦିନ ଖାଁ ଭଦ୍ରକ ପୁରୁଣା ବଜାରରେ ବିବାହ କରିଥିଲେ। ଆଲ୍ଲାଉଦ୍ଦିନଙ୍କ ପତ୍ନୀ ସଲମା ବିବି ନିଜ ପୁତ୍ର ସହିତ ପୁରୁଣା ବଜାରରେ ମା’ ନୁରଜହାନଙ୍କ ପାଖରେ ରହୁଥିଲେ। ନୁରଜହାନ ନିଜ ସଂପତ୍ତିକୁ ତାଙ୍କ ନାତି ସଲ୍ଲାଉଦ୍ଦିନଙ୍କ ନାମରେ କରିବାକୁ ଚାହୁଁଥିଲେ। ମାତ୍ର ଆଲ୍ଲାଉଦ୍ଦିନ ଏଥିରେ ରାଜି ନଥିଲେ। ୨୦୧୩ ମସିହା ମାର୍ଚ୍ଚ ୨୪ ତାରିଖ ସକାଳୁ ଜ୍ୱାଇଁ ଆଲାଉଦ୍ଦିନ ନୁରଜହାନଙ୍କ ଘରେ ପହଞ୍ଚି ସମସ୍ତ ଜମିବାଡି ତାଙ୍କ ନାମରେ କରିବାକୁ ଧମକ ଦେଇଥିଲେ। ଏଥିରେ ନୁରୁଜାହାନ ଅରାଜି ହେବାରୁ ସନ୍ଧ୍ୟାରେ ସେ ପୁଣି ଆସି ନୁରଜହାନଙ୍କୁ ଧମକ ଦେବା ସହ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ନୁରୁଜାହାନଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଆଲ୍ଲାଉଦ୍ଦିନଙ୍କୁ ଏହି ଘଟଣାରେ ଗିରଫ କରିଥିଲା। ଏଯାବତ ସେ ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି। କୋର୍ଟରେ ଏସଟି ନମ୍ବର ୧୬୧/ ୧୩ ମୂଳେ ମମଲାର ବିଚାର ଚାଲିଥିଲା। ରାୟ ପ୍ରକାଶ କରି ମାନ୍ୟବର ଜିଲା ଜଜ୍ ଦୋଷୀ ଆଲାଉଦ୍ଦିନକୁ ଆଜୀବନ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ବଟକୃଷ୍ଣ ଦାସ ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *