ଶାଶୁକୁ ମାଡମାରି ମାରିଦେବା ଘଟଣାରେ ଚାରି ଥାନାରେ ଅଟକ

କେନ୍ଦ୍ରାପଡା ୨୮/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ରାଜସ୍ୱ ଗ୍ରାମ (କଚେରିଡିହ)ର ସ୍ୱର୍ଗତ ଅରକ୍ଷିତ ରାଉଳଙ୍କ ବିଧବା ପତ୍ନି ପୁନି ଦେଇ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ସାନପୁଅ ପ୍ରଶାନ୍ତ ପାଖରେ ରହି ଆସୁୁଥିଲେ। ସାନପୁଅ କର୍ଣ୍ଣାଟକରେ ଏକ ବେସରକାରୀ କମ୍ପାନୀରେ ଚାକିରି କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ପ୍ରଶାନ୍ତଙ୍କର ଡେରାବିଶ ବ୍ଲକର ଜହ୍ନିମୂଳ ଗ୍ରାମର ଝରଣାଙ୍କ ସହିତ ବିବାହ ହୋଇଥିଲା। ପ୍ରାୟ ୮ମାସ ତଳେ ତା’ର କର୍ଣ୍ଣାଟକରେ ଏକ ଦୂର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ପ୍ରଶାନ୍ତର ମୃତ୍ୟୁପରେ ବୋହୁ ଝରଣା ଶାଶୁଘରେ ନରହି ବାପଘର ଜହ୍ନିମୂଳଗ୍ରାମକୁ ପଳାଇ ଯାଇଥିଲେ। ଝରଣାଙ୍କ ଶାଶୁ ଏକା କଚେରିଡିହରେ ରହୁଥିଲେ। କିନ୍ତୁ ପୁଅ ପ୍ରଶାନ୍ତର ଦୂର୍ଘଟଣା ଜନିତ ମୃତ୍ୟୁ ହୋଇଥିବାରୁ କମ୍ପାନୀ କ୍ଷତିପୁରଣ ବାବଦକୁ ପ୍ରାୟ ୯ଲକ୍ଷ ଟଙ୍କା ପ୍ରଦାନ କରିଥିବାର ଖବର ପାଇ ବୋହୁ ଝରଣା ଶାଶୁ ପୁନି ଦେଇଙ୍କୁ ଜହ୍ନିମୂଳଗ୍ରାମକୁ ଡକାଇ ନେଇ ସେଠାରେ ତାକୁ ଧମକାଇ ଏକ ସାଧା କାଗଜରେ ଦସ୍ତଖତ ନେବାକୁ ଚାହିଁବାରେ ପୁନି ସେଥିରେ ରାଜି ହୋଇ ନଥିଲେ। ତେଣୁ ଝରଣା ଓ ତାର ପରିବାର ପୁନିକୁ କାଠ ଫାଳିଆ, ଠେଙ୍ଗା ପ୍ରଭୁତିରେ ନିସ୍ତୁକ ମାଡମାରିବାରୁ ସେ ଅଚେତ ହୋଇ ପଡିଥିଲେ। ପୁନିଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶନିବାର ପୁନିର ମୃତ୍ୟୁ ହୋଇଯାଇଥିଲା। ପୁନିଙ୍କ ଝିଅ ସଞ୍ଜୁଲତାଙ୍କ ଅଭିଯୋଗ କ୍ରମେ ସଦରଥାନା ପୋଲିସ ଏକ ହତ୍ୟାମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସଦରଥାନା ପୋଲିସ ପୁନିଙ୍କ ବୋହୁ ଝରଣାଙ୍କ ସମେତ ଚାରିଜଣଙ୍କୁ ଥାନାରେ ଅଟକରଖି ପଚରାଉଚୁରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *