ଶାଶୁକୁ ତଣ୍ଟି ଚିପି ହତ୍ୟା ମାରିଦେଲା ଜ୍ବାଇଁ

ଘଟଗାଁ, ୩୧/୭ (ଓଡିଆ ପୁଅ/ଭବାନୀ ପ୍ରସାଦ)-ଘଟଗାଁ ଥାନା ମନହରପୁର ଗ୍ରାମରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଜ୍ବାଇଁ ଶାଶୁକୁ ତଣ୍ଟି ଚିପି ହତ୍ୟା କରିଛି। ମୃତକ ଶାଶୁ ନେଗି ମୁଣ୍ଡା। ଗତ ୨ ଦିନ ତଳେ ଶଶୁର ଘରକୁ ଆସିଥିବା ଜ୍ବାଇଁ ଜଗା ମୁଣ୍ଡା କୌଣସି କାରଣକୁ ନେଇ ଶାଶୁ ସହ ଝଗଡା କରିଥିଲେ। ଏହି ଝଗଡାରେ ରାଗରେ ଜଗା ଶାଶୁକୁ ତଣ୍ଟିକୁ ଚିପି ହତ୍ୟାକରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯକ୍ତ ଜ୍ବାଇଁକୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *