ଓଡ଼ିଶା

ଶାଳଣିଆଁ ଡାକ୍ତରଖାନାରେ ୨ଦିନ ହେଲା ତାଲା, ପ୍ରତିବାଦରେ ଦୁଇ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ହାଟଡ଼ିହି, ୩୦/୮/ : (ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ମଙ୍ଗଳବାର ଦିନ ଜଣେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ପରେ ଦୁଇଦିନ ହେବ ଡାକ୍ତରଖାନାଟି ସମ୍ପୁର୍ଣ୍ଣ ବନ୍ଦ ହୋଇରହିଛି । ଡାକ୍ତର କି ଫାର୍ମାସିଷ୍ଟ ନଆସିବାରୁ ରୋଗୀମାନେ ନାହିଁ ନତôବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୋଗୀମାନେ ନିରାଶ ହୋଇ ବସିବସି ଘରକୁ ଫେରୁଛନ୍ତି ତ ଆଉ କିଏ ଦୁରଦୁରାନ୍ତ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି । ଏହାକୁନେଇ ସମଗ୍ର ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।
ଆଜି ଜିଲ୍ଲା ମେଲେରିଆ ଅଧିକାରୀ ଦେବେନ ଦାସ ଓ ଭି.ଭି.ଡି ବଳଦେବ ନନ୍ଦ ଡାକ୍ତରଖାନା ବନ୍ଦ ସମ୍ପର୍କରେ ବୁଝାବଝି କରିବାକୁ ଶାଳଣିଆଁ ଯାଇଥିବାବେଳେ ୫୦ରୁ ଉର୍ଦ୍ଧ ଲୋକ ଡାକ୍ତରଖାନା ବନ୍ଦର ପ୍ରତିବାଦ କରି ତାଙ୍କ ଗାଡି ସମ୍ମୁଖରେ ବସିରହିଥିଲେ । ଖବରପାଇ ନନ୍ଦିପଦା ଥାନା ଆଇ.ଆଇ.ସି ଦିବ୍ୟକାନ୍ତୀ ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେବି କୌଣସି ସମାଧାନର ବାଟ ବାହାରି ନଥିଲା । ଗ୍ରାମବାସୀଙ୍କ ଯୁକ୍ତି ଯେ ଯେଉଁ ବ୍ୟକ୍ତି ଡାକ୍ତରଙ୍କୁ ପିଟିଲା ପୁଲିସ ତାକୁ ଗିରଫକରି କୋର୍ଟ ଚାଲାଣ କଲା ତା ପରେବି ଡାକ୍ତରଖାନା କାହିଁକି ବନ୍ଦ କରାଯାଉଛି ବୋଲି ଲୋକମାନେ ଯୁକ୍ତି ଦର୍ଶାଇଥିଲେ । ଏହାଦ୍ୱାରା ଦୈନିକ ଶହଶହ ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଦୀର୍ଘ ୭ଘଣ୍ଟା ଧରି ଲୋକମାନେ ସେମାନଙ୍କୁ ଅଟକ ରଖିବାପରେ ଅଧିକାରୀ ମାନେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଆସନ୍ତା କାଲିଠାରୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଦୁଇଜଣ ଡାକ୍ତର ଯୋଗାଇ ଦେବାକୁ ପ୍ରତିଶୃତି ଦେବାପରେ ଯାଇ ଲୋକମାନେ ସେମାନଙ୍କୁ ସନ୍ଧ୍ୟାବେଳେ ଛାଡିଥିଲେ ।
ଆଜି ଏନେଇ ଶାଳଣିଆଁ ଏସୟୁସିଆଇ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ତୁରନ୍ତ ଡାକ୍ତରଖାନାର ସମସ୍ୟା ଗୁଡିକ ଉପରେ ଦୃଷ୍ଟି ଦେଇ ଡାକ୍ତର ନିଯୁକ୍ତି, ରୋଗୀ ମାନଙ୍କୁ ସମସ୍ତ ଔଷଧ ପତ୍ର ଯୋଗାଇଦେବା,ସାପକାମୁଡା ଓ କୁକୁର କାମୁଡା ଇଞ୍ଜେକସନ ଯୋଗାଇଦେବାନେଇ ଏସୟୁସିଆଇ ସମ୍ପାଦକ ରବିନ୍ଦ୍ର କୁମାର ଦାସ, ତପନ ସିଂ, ଚନ୍ଦ୍ରକାନ୍ତ ଦାସ, ଅକ୍ଷୟ କୁମାର ଜେନା, ସୁବାସ ଚନ୍ଦ୍ର ନାୟକ, ଅମନ ମୁଖୀ ପ୍ରମୁଖ ଦାବିପତ୍ର ପ୍ରେରଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top