ଓଡ଼ିଶା

ଶାଳଣିଆଁ ଡାକ୍ତରଖାନାରେ ଯୁବକଙ୍କ ଉନ୍ମକ୍ତ କାଣ୍ଡ, ଅଭିଯୁକ୍ତକୁ ଗିରଫ କଲା ପୁଲିସ,

ହାଟଡ଼ିହି, ୨୮/୮:(ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ଯୁବକ ଡାକ୍ତରଖାନାରେ ପସି ଡାକ୍ତର, ଫାର୍ମାସିଷ୍ଟ ଓ ରୋଗୀଙ୍କୁ ମାଡମାରିବା ଓ ଛୁରୀ ଦେଖାଇ ଜୀବନରେ ମାରିଦେବାକୁ ଧମକ ଚମକ ଦେବା ଭଳି ଅଭାବନୀୟ କାଣ୍ଡ ଘଟାଇଛି। ବିଷ୍ଣୁପୁର ଗ୍ରାମର କାଠିଆ ବେହେରା ନାମକ ଉକ୍ତ ଯୁବକ ଜଣକ କିଛିଦିନ ପୁର୍ବରୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତରଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିବାନେଇ ନନ୍ଦିପଦା ଥାନାରେ ମାମଲା ରୁଜୁ ହୋଇଥିଲା। କାହିଁକି ମୋ ନାଁରେ ମିଛରେ ଅଭିଯୋଗ କଲ ବୋଲି କହି ଆଜି ସେ ଡାକ୍ତରଖାନାରେ ପସି ରୋଗୀ ଦେଖୁଥିବା ଡାକ୍ତର କୁଲଦୀପ ସେଠୀଙ୍କୁ ପେଲିଦେଇଥିବାବେଳେ ସେଠାରେ ଥିବା ରୋଗୀ ମାନଙ୍କୁ ମାଡ ମାରି ବାହାର କରିଦେଇଥିଲା। ଏପରିକି ପାଶ୍ୱର୍ବର୍ତ୍ତୀ କକ୍ଷରେପସି ଫାର୍ମାସିଷ୍ଟ ନାରାୟଣ ପଣ୍ଡାଙ୍କ କଲର ଧରି ମାଡ ମାରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ଡାକ୍ତର ଓ ଫାର୍ମାସିଷ୍ଟ ତୁରନ୍ତ ଏ ସମ୍ପର୍କରେ ମେଡିକାଲ ଅଫିସରଙ୍କୁ ଜଣାଇବାପାଇଁ ଅଫିସ ଭିତରକୁ ଯିବାପରେ ସେଠାରେ ପହଞ୍ଚି ସମସ୍ତଙ୍କ ବେକରେ ଛୁରୀ ଲଗାଇ ଭୟଭୀତ କରିଥିଲା। ଘଣ୍ଟାଏକାଳ ସେ ଡାକ୍ତରଖାନା ପରିସରରେ ଆତଙ୍କରାଜ ଚଳାଇଥିଲେ ମଧ୍ୟ ସ୍ଥାନୀୟ ଲୋକମାନେ କେହି ଏହାକୁ ବିରୋଧ କରିନଥିଲେ। ଡାକ୍ତରଖାନା କର୍ତ୍ତୁପକ୍ଷ ତୁରନ୍ତ ଏ ସମ୍ପର୍କରେ ନନ୍ଦିପଦା ଥାନାକୁ ଜଣାିବାପରେ ନନ୍ଦିପଦା ଥାନା ଅଧିକାରୀ ନୟନା ବେହେରା ଓ ହାବିଲଦାର ରାମଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ସେମାନଙ୍କ ନିକଟରୁ ଅଭିଯୁକ୍ତ କାଠିଆ ବେହେରା ଖସିଯିବାରେ ସକ୍ଷମ ହୋଇଥିଲା। ଏହାକୁନେଇ ଡାକ୍ତରଖାନାର କର୍ମଚାରୀ ଓ ଡାକ୍ତର ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। କିଛିସମୟ ପରେ ଅଧିକ ପୁଲିସ ଫୋର୍ସ ପହଞ୍ଚିବାପରେ ଅଭିଯୁକ୍ତ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଚାଲିବାପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ପୁଲିସ। ଏଥିରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ଆଜି ଶହଶହ ଲୋକ ଘଟଣାସ୍ଥଳରେ ଉପସ୍ଥିତ ଥିଳେବି କେହି ଏହାକୁ ବିରୋଧ କି ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରିନଥିଲେ। ବାରମ୍ବାର ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀ ମାନଙ୍କୁ ଏପରି ମାରପିଟ କରିବା ଦ୍ୱାରା ଡାକ୍ତରଖାନାକୁ ଡାକ୍ତର କି କର୍ମଚାରୀ ମାନେ ଆସିବାକୁ ଅରାଜି ହେଉଛନ୍ତି। ସେମାନେ ନିଜକୁ ଅସୁରକ୍ଷିତ ମଣି ପୁର୍ବରୁ ଅନେକବାର ପ୍ରଶାସନର ସହାୟତା ଲୋଡି ଥିଲେବି ପ୍ରଶାସନ କୌଣସି ଗୁରୁତ୍ୱ ଦେଉ ନାହିଁ। ଯାହାଦ୍ୱାରାକି ଏବେ ଡାକ୍ତରଖାନାଟି ବନ୍ଦ ହେବାକୁ ବସିଛି। ଏପରି ଘଟଣାରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top