ଶାରୀରିକ ଅକ୍ଷମ ଯୋଗୁଁ ପ୍ରାପ୍ତ ବୟସରେ ବି ବାପା ମା’ ଙ୍କର ବୋଝ ପାଳିଟିଛନ୍ତି ୩ ସନ୍ତାନ

ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) ସନ୍ତୋଷ ପତି ଯୋଉ ବୟସରେ ରୋଜଗାର କରି ଘର ଚଳାଇବା କଥା ସେଇ ବୟସରେ ଏବେ ବାପା ମା’ଙ୍କ ପାଇଁ ବୋଝ ସାଜିଛନ୍ତି ତିନି ସନ୍ତାନ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସାନ ନଈ ଗ୍ରାମର ନରୋତ୍ତମ ପ୍ରଧାନ ଓ ସୁରୁବାଲି ପ୍ରଧାନଙ୍କ ତିନି ସନ୍ତାନ, ବଡ଼ ପୁଅ ଅମିତକୁ ୩୦ ବର୍ଷ, ମଝିଆଁ ଝିଅ ଅମ୍ବିକାକୁ ୨୫ ଆଉ ସାନ ପୁଅ ବିଜୟକୁ ୧୮ ବର୍ଷ। ଶରୀର ବିକଳାଙ୍ଗ ଓ ଶରୀରର ଉଚ୍ଚତା ଖୁବ କମ ଯୋଗୁଁ ଚଳାବୁଲା କରି ପାରୁ ନଥିବାରୁ ତିନି ଭାଇ ଭଉଣୀ ଯଉଠି ବସୁଛନ୍ତି ସେଇଠି। ଏହି ତିନି ସନ୍ତାନକୁ ନେଇ ଏବେ ଚିନ୍ତାରେ ପୁରା ପରିବାର ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବହୁ କଷ୍ଟ ରେ ତେଲ ଲୁଣର ସଂସାର ଚାଲୁଥିବା କହିଛନ୍ତି ମା’ ସୁରୁବାଲି ପ୍ରଧାନ। ବାପା କ୍ଷୀର ବିକି ପରିବାର ଚଳାଉଛନ୍ତି ଆଉ ମା’ ବିଲ ବାଡ଼ିରେ କାମ କରୁଛନ୍ତି କିନ୍ତୁ ତିନି ଛୁଆ ନିଜେ ନିଜର ନିତ୍ୟକର୍ମ କରିପାରୁନଥିବା ଯୋଗୁ ମା’ ତାଙ୍କ ପାଖରେ ସବୁବେଳେ ଜଗି ବସୁଛନ୍ତି ଯାହା ଦ୍ୱାରା ଏବେ ପରିବାର ଦୁର୍ବିଶଃ ଜୀବନ ଯାପନ କରୁଛନ୍ତି ସରକାରୀ ସାହାଯ୍ୟ କହିଲେ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତଙ୍କୁ ୫ କେଜି ଚାଉଳ ଓ ଭିନ୍ନକ୍ଷମ ଭତ୍ତା ମିଳୁଛି ଯାହା କି ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଏହି ଦିବ୍ୟାଙ୍ଗ ପିଲାଙ୍କୁ ଖୁବ ଶୀଘ୍ର ଅନ୍ୟ ସରକାରୀ ଯୋଜନା ଓ ଭତ୍ତାକୁ ବୃଦ୍ଧି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପାଟଉଆରିଓ ଗୋଷ୍ଠି ଉନ୍ନୟନ ଅଧିକାରୀ ନୁପୁର ଚାନ୍ଦ ଗୋଟିଆଙ୍କୁ ଭେଟି ଅବଗତ କରାଇଥିଲେ। ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୁପୁର ଚାନ୍ଦ ଗୋଟିଆ ଖୁବ ଶୀଘ୍ର ତିନି ଜଣ ଦିବ୍ୟାଙ୍ଗଙ୍କୁ ସମସ୍ତ ସରକାରୀ ଯୋଜନା ଓ ଗୃହ ଯୋଗାଇ ଦେବାକୁ କହିଛନ୍ତି। ତେବେ ଏ ତିନି ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ପାଇଁ ଗୃହ, ପାଇଖାନା ଓ ଭିନ୍ନକ୍ଷମ ଭତ୍ତାକୁ ବୃଦ୍ଧି କରାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ଏଥି ସହିତ ଭୁବନେଶ୍ୱରର ମହିଳା ସମାଜ ସେବୀ ସୁରେଶ୍ୱରୀ ସାଗରିକା ଜେନା ମଧ୍ୟ ଦିବ୍ୟାଙ୍ଗ ତିନି ଭାଇ ଭଉଣୀଙ୍କୁ ଭେଟି ଆବଶ୍ୟକ ସହାୟତା ଜଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *