କୋରାପୁଟ

ଶାବର ଶ୍ରୀକ୍ଷେତ୍ର, କୋରାପୁଟରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ

କୋରାପୁଟ ; ତା୨୮-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଶାବର ଶ୍ରୀକ୍ଷେତ୍ର, କୋରାପୁଟରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶରେ ଶ୍ରୀଜିଉ ଭକ୍ତମାନକୁଂ ଦର୍ଶନ ଦେଇଥିଲେ।ସୂର୍ଯ୍ୟ ଓ ଦ୍ୱାରପାଳ ପୂଜା, ବାଳଭୋଗ ପରେ ୩ ଠାକୁରମାନଙ୍କୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା।ସୂନା କୂଅରୁ ୧୦୮ କଳସ ଜଳ ଅଣାଯାଇଥିଲା।ହୋମ ପରେ ୩ ଠାକୁରମାନଙ୍କୁ ସ୍ନାନ କରାଯାଇଥିଲା।ଏହାପରେ ଠାକୁରମାନେ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।କଳାଠାକୁର ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ ଦର୍ଶନ କରିବାକୁ ଅଗଣିତ ଭକ୍ତ ସ୍ନାନ ମଣ୍ଡପରେ ଭିଡ ଜମାଇଥିଲେ।ହୋମରେ ଡ. ପ୍ରଫୁଲ୍ଲ ମହାପାତ୍ର ସପତ୍ନୀ ସହ କର୍ତାଭାବେ ଯୋଗଦେଇଥିଲେ।ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା, ଡ. ଜଗବନ୍ଧୁ ସାମଲ, ସଦସ୍ୟ ଉମାକାନ୍ତ ଦାଶ, ବିଜୟ ପଟନାୟକ, ନିଳାଦ୍ରୀ ପଟନାୟକ, ଭିମସେନ ଜେନା ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିବା ବେଳେ ପୋଲିସ ତରଫରୁ କୋରାପୁଟ ଟାଉନ ଆଇଆଇସି କ୍ଷିରେଶ୍ୱର ସାହୁଙ୍କ ନେତୃତ୍ୟରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସକାଳ ୧୧ଘ.୩୦ ମିନିଟରେ ପହଣ୍ଡି, ଅପାରହ୍ନ ୨ ଘ.୩୦ ମିନିଟରେ ହୋମ, ୩ଘ.୩୦ ମିନିଟ ସମୟରେ ଗଜାନନ ବେଶ କରାଯାଇଥିବା ବେଳେ ରାତ୍ରୀ ୯ ଘ.୪୫ମିନିଟରେ ଶ୍ରୀଜିଉମାନେ ଅନସର ଗୃହରେ ପ୍ରବେଶ କରିବେ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ସୂଚନା ଦେଇଛନ୍ତି।ଏହି ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଖଂଳା ସହ ସଂପନ୍ନ ହୋଇଯାଇଥିବାରୁ ପୋଲିସ ତଥା ଭକ୍ତମାନଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top