ଶାନ୍ତି, ମୈତ୍ରୀର ପର୍ବ ଇଦ-ଉଲ୍-ଜୁହା ; ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ

ଯାଜପୁର-୨୨/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ବିଜେଡି କାର୍ଯ୍ୟାଳୟ ଠାରେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଂଜନ ଘଡେଇ ମୁସଲମାନ ଭାଇମାନଙ୍କ ସହ ଇଦ୍-ଉଲ୍-ଜୁହା ପାଳନ କରିଛନ୍ତି। ଶାନ୍ତି ଓ ମୈତ୍ରୀ ପର୍ବ ଇଦ-ଉଲ୍-ଜୁହା ବୋଲି ବିଧାୟକ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ମୁସଲମାନ ଭାଇ ମାନଙ୍କୁ ଫୁଲ ଦେଇ ଆନ୍ତରିକ ଶୁବେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।ଏହା ସହିତ ସୁକିନ୍ଦାର ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଏହି ପର୍ବ ଅବସରରେ ଶୁବେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *