ଶହୀଦଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର ୨-୧ (ଓଡ଼ିଆ ପୁଅ) ନିକଟରେ ଜାମ୍ମୁ ଓ କାଶ୍ମିରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡିଆ ସି.ଆର. ପି.ଏଫ ଜବାନ୍ ସୁନ୍ଦରଗଡର ପ୍ରଦୀପ ପଣ୍ଡାଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଲକ୍ଷ ଟଙ୍କାର ଅନୁକମ୍ପାମୁଳକ ସହାୟତା ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ପ୍ରତିରକ୍ଷା ଓ ଅର୍ଦ୍ଧ ସାମରିକ କର୍ମଚାରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ। ଏହି ପାଣ୍ଠିରୁ ଶହୀଦଙ୍କ ବିଧବାଙ୍କ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକ ୨୦୦୦ ଟଙ୍କାର ପେନ୍‌ସନ୍ ବ୍ୟବସ୍ଥା ମଧ୍ୟ ରହିଛି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *