ଶରଧାବାଲିରେ ତିନି ରଥ

ପୁରୀ:୧୫/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଶରଧାବାଲିରେ ପହଞ୍ଚିଥିବା ବେଳେ ବଳଗଣ୍ଡି ଛକରେ ଅଟକିଥିବା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ପୂର୍ବାହ୍ନରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ଆଜି ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ମଙ୍ଗଳଆଳତୀ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ସକାଳ ୮ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷାରେ ଭିଜି ରଥକୁ ଟାଣି ନେଇଥିଲେ ଗୁଣ୍ଡିଚା ମନ୍ଦିର ନିକଟକୁ। ଗତକାଲି ସନ୍ଧ୍ୟାରେ ପବ୍ରଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଭକ୍ତମାନେ ରଥ ନିକଟକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶରଧାବାଲି ଚଳଚଞ୍ଚଳ ହୋଇଉଠିଛି। ପ୍ରବଳ ବର୍ଷା ସତ୍ତ୍ୱେ ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥରେ ବିରାଜମାନ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ବର୍ଷା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି କରିପାରିନଥିଲା। ବର୍ଷାରେ ଭିଜି ଶ୍ରଦ୍ଧାଳୁମାନେ ଅଧିକ ଆନନ୍ଦ ଉପଭୋଗ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *