ଶବ ବ୍ୟବଚ୍ଛେଦ ଗୃହ ପାଇଁ ଦାବୀ

ଖଡିଆଳ/ନୂଆପଡା-୧୮.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡିଆଳ ଠାରେ ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ନାକେଦମ୍ ହେବାକୁ ପଡୁଛି । ଖଡିଆଳ ରାଜା.ଏ.ଟି ହାଇସ୍କୁଲ ପଛ ପଟେ ଥିବା ଶବ ବ୍ୟବଚ୍ଛେଦ ଗୃହ ଜନୈ÷କ ବ୍ୟକ୍ତିଙ୍କ ନିଜସ୍ୱ ଜମିରେ ଥିବା ଯୋଗୁଁ ବ୍ୟବଚ୍ଛେଦ ପାଇଁ ଦୀର୍ଘ ଦିନରୁ ମନା କରିଆସୁଛନ୍ତି । ଯାହା ଫଳରେ ଶବ ବ୍ୟବଚ୍ଛେଦ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ମନୁଷ୍ୟ ଶରୀରକୁ ମୃତୁ୍ୟ ପରେ ସାମାଜିକ ରୀତିନୀତି ଅନୁସାରେ ଯଥା ସମ୍ମାନ ଦେଇ ବିଦାୟ ଦିଆଯାଇଥାଏ । ହେଲେ ଖଡିଆଳରେ କୈାଣସି ଘଟଣା ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଶବକୁ ବ୍ୟବଚ୍ଛେଦ କରିବା ପାଇଁ ଜୁଆଡେ ନେଲେ ଲୋକମାନେ ଠେଙ୍ଗାବାଡି ଧରି ଘଉଡାଉଥିବା ଦେଖାଦେଇଛି । ଯାହାକି ମାନବ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା । ସହରରେ ବିଭିନ୍ନ ଦଳୀୟ ତୁଙ୍ଗ ନେତା, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବି ବାହା ସ୍ପଷ୍ଟ ମାରୁଥିବା ବେଳେ ଇହଧାମ ତ୍ୟାଗ କରିଥିବା ଶବ ପାଇଁ କାହାରି ସୁଦୟା ନାହିଁ, ସମସ୍ତେ ଜାଣି ଅଜଣା ହେଲା ଭଳି ଲାଗନ୍ତି । ଖଡିଆଳ ପ୍ରମୁଖ ସହର ହୋଇଥିବା ବେଳେ ବୋଡେନ,ସିନାପାଲି, ପଡୋଶୀ ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ହଜାର ହଜାର ଲୋକେ ନିର୍ଭର କରନ୍ତି । ଦୁର୍ଘଟଣା ଜନିତ ଲୋକଙ୍କ ମୃତୁ୍ୟ ହେଲେ ଶବ ବ୍ୟବଚ୍ଛେଦ ଖଡିଆଳ ଠାରେ କରିବାକୁ ପଡିଥାଏ । ହେଲେ ବ୍ୟବଚ୍ଛେଦ ପାଇଁ ସ୍ଥାୟୀ ଗୃହ ନଥିବାରୁ ହଟହଟ୍ଟା ହେବାକୁ ପଡୁଛି । ଶବକୁ ସସମ୍ମାନେ ସମ୍ମାନ ଦେଇ ଅନ୍ତିମ ବିଦାୟ ଦେବା ପାଇଁ ଏକ ସ୍ଥାୟୀ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ଦିଗରେ ନେତା, ବୁଦ୍ଧିଜୀବି ଓ ପ୍ରଶାସନିକ ଅଧିକାରମାନେ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *