ଜିଲ୍ଲା ପରିକ୍ରମା

ଶବ ଧରି ଜାତୀୟ ରାଜପଥ ଅବରୋଧ

ରାଉରକେଲା ୨୭-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଶବ ପୋତିବା ପାଇଁ ଜମି ଚିହ୍ନଟକୁ ନେଇ କୁଆଁରମୁଣ୍ଡାରେ ଉତେଚନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ଶବ ଧରି ଜାତୀୟ ରାଜପଥ ଅବରୋଧ କରିବାରୁ ଯାନବାହାନ ଚଳାଚଳରେ ବ୍ୟାଘତ ସୃଷ୍ଟି ହୋଇଥିଲା। ମିଳିଥଇବା ସୂଚନା ଅନୁସାରେ କୁଆଁରମୁଣ୍ଡା ଆଇବି ନିକଟରେ ରହିଛି କୁଆଁରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ। ବିଦ୍ୟାଳୟ ହଷ୍ଟେଲ ନିର୍ମାଣ ପାଇଁ ବିଦ୍ୟାଳୟ ପଛପାଶ୍ୱର୍ରେ ଥିବା ସରକାରୀ ଜମିକୁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ସେହି ଜମିରେ ଶବ ପୋତିବାକୁ ନେଇଢ଼ ଉତେଜନା ପ୍ରକାଶ ପାଇଛି। ସ୍ଥାନୀୟ କୁଡ଼ୁ ବସ୍ତିରେ ରହୁଥିବା ଶିବ ମୁଣ୍ଡାଙ୍କ ଗତକାଲି ବିଳମ୍ବିତ ରାତ୍ରୀରେ ମୃତ୍ୟୁ ଘଟିଥିଲା। ବସ୍ତି ବାସିନ୍ଦା ଶବ ପୋତିବା ଲାଗି ବିଦ୍ୟାଳୟ କର୍ତ୍ତୃପକ୍ଷ ବାରଣ କରିବା ସହ ଏହି ଜମିକୁ ସରକାର ସରକାର ବିଦ୍ୟାଳୟକୁ ହସ୍ତାନ୍ତର କରିଛନ୍ତି ବୋଲି କହିଥିଲେ। ମାତ୍ର ବସ୍ତି ବାସିନ୍ଦାଙ୍କ କହିବା ଅନୁସାରେ ଉକ୍ତ ଜମି ହେଉଛି ଗ୍ରାଭିଆଡ଼। ଏଠାରେ କାହିଁ କେଉଁ ଆଳରୁ ଶବ ପୋତାଯାଉଛି। ହେଲେ କୌଣସି ନିଷ୍ପତି ହୋଇ ନପାରିବାରୁ ବସ୍ତିବାସିନ୍ଦାଙ୍କ ଶବଧରି କୁଆଁରମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସକାଳ ପ୍ରାୟ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ରାସ୍ତାରୋକ ଯୋଗୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। କୁଆଁରମୁଣ୍ଡା ପୁଲିସ ଫୋର୍ସ ସହ ଘଟଣା ସ୍ଥଳରେ ମୁତୟନ ହୋଇଥିବା ବେଳେ କୁଆଁରମୁଣ୍ଡା ତହସିଲଦାର ଦିଲୀପ ତ୍ରୀପାଠୀ ଓ ବୀରମିତ୍ରପୁର ଏସଡ଼ିପିଓ ମଧ୍ୟ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ବସ୍ତିବାସିନ୍ଦାଙ୍କୁ ବୁଝାସୁଝା କରିବା ସହ ମଶାଣିକୁ ଯିବା ରାସ୍ତାରେ ନିର୍ମାଣ ହୋଇଥିବା ବିଦ୍ୟାଳୟର ପାଚେରୀକୁ ଭାଙ୍ଗି ରାସ୍ତା ବାହାର କରିବା ପାଇଁ ପ୍ରତିଶୃତି ମିଳିବା ପରେ ସାଢେ ୮ଟାରେ ଜାତୀୟ ରାସ୍ତା ଅବରୋଧ ହଟିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top