ଶନିମନ୍ଦିରରେ ଯଜ୍ଞ ଉସôବ ପାଳିତ

ଘଟଗାଁ,୨୧.୦୪- କେନ୍ଦୁଝର ଜିଲ୍ଲା ଘଟଗାଁ ଶନି ମନ୍ଦିରରେ ବାର୍ଷିକ ଯଜ୍ଞ ଉସôବ ପାଳିତ ହୋଇଯାଇଛି । ବୈସାଖ ମାସର ଅକ୍ଷୟତୃତୀୟା ପରେ ପ୍ରଥମ ଶନିବାର ହୋଇଥିବାରୁ ଏହି ଅବସରରେ ସମଗ୍ର ଭାରତ ବର୍ଷରେ ଶନିଶ୍ଚର ମହାପ୍ରଭୁଙ୍କ ବାର୍ଷିକ ଯଜ୍ଞ ଉସôବ ପାଳିତ ହୋଇ ଥାଏ । ଘଟଗାଁ ସ୍ଥିତ ଶନି ମନ୍ଦିରରେ ମଧ୍ୟ ମହା ଆଡମ୍ବରରେ ଏହି ଉସôବ ପାଳିତ ହୋଇଛି । ସକାଳୁ ରିତିନୀତି ଅନୁଯାୟୀ ସମସ୍ତ ପୂଜା ସମାପନ କରାଯାଇଥିଲା । ଶନିଦେବଙ୍କ ଦର୍ଶନ ଲାଭ କରିବା ପାଇଁ ସକାଳୁ ସକାଳୁ ଏଠାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏଥି ସହିତ ଯଜ୍ଞ ମଣ୍ଡପରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା ଓ ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା । ଭକ୍ତଙ୍କ ଶୃଙ୍ଘଳିତ ଦର୍ଶନ ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *