ଶନିଦେବଙ୍କ ଜନ୍ମ ଦିବସ ପାଳିତ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଣ୍ଡାରିପୋଖରୀ ବ୍ଲକ ସମ୍ମୁଖସ୍ଥ ମନ୍ଦିର ପରିସରରେ ବାବା ଶନିଦେବଙ୍କ ଜନ୍ମ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ପୂଜକ ଭାବେ ନାରାୟଣ ପଣ୍ଡା ପୂଜା ବିଧି ସମ୍ପର୍ଣ୍ଣ କରିଥିବା ବେଳେ ସଂକଳ୍ପ କର୍ତା ଭାବେ ଥାନା ଅଧିକାରୀ ଅମିତ୍ ବିଶ୍ୱାଳ ଓ ଶିକ୍ଷକ ବିଦ୍ୟାଧର ଦ୍ୱିବେଦୀ ପୂଜାରେ ଉପସ୍ଥିତ ଥିଲେ। ଦିବସଭରି ପୂଜା ନିତିକୁ ହେମନ୍ତ ଜେନା, ଦେବେନ୍ଦ୍ର ଦାସ, ହୁରେନ୍ଦ୍ର ପାତ୍ର, ଶରତ ପଲେଇ, ରାମଚନ୍ଦ୍ର ନାୟକ, ଉମାକାନ୍ତ ଖଣ୍ଡେଇ, ଜଗବନ୍ଧୁ ପାଢ଼ୀ, ମହେନ୍ଦ୍ର ଜେନା ପ୍ରମୁଖ ପରିଚାଳନା କରିଥିଲେ। ଅନୁରୁପଭାବେ ଷୋଳମପୁର ପଂଚାୟତ ଖପୁରିଆପଦା ଓ ସରସଦା ଭାଗବତ ଟୁଙ୍ଗୀ ପରିସର ମନ୍ଦିରରେ ଶନିଦେବଙ୍କ ଜନ୍ମ ଦିବସ ପାଳିତ ହୋଇଛି।

Leave a Reply

Your email address will not be published. Required fields are marked *