ଶତାୟୁ ସଂସ୍କୃତ ପଣ୍ଡିତଙ୍କ ପରିଲୋକ

ଯାଜପୁର, ୧୦/୦୫(ଓଡିଆପୁଅ/ମାନସ ରାଉତ)-ଚଣ୍ଡିଖୋଲ ନିକଟ କଣ୍ଟିଗଡିଆ ଗ୍ରାମର ସଂସ୍କୃତ ପଣ୍ଡିତ ତଥା ଶାସ୍ତ୍ର ବିଶାରଦ ଲକ୍ଷ୍ମୀଧର କର(୧୦୩) ଙ୍କର ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ କଣ୍ଟିଗଡିଆ ଗୋପିନାଥ ସଂସ୍କୃତ ଟୋଲରେ ପ୍ରଧାନ ପଣ୍ଡିତ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଗରୀବ ପିଲାମାନଙ୍କୁ ନିଜ ଘରେ ରଖି ପାଠ ପଢାଇ ରୋଜଗାରକ୍ଷମ କରିବାର ବାଟ ଦେଖାଇବା ସହିତ ଗ୍ରାମର ମୁଖିଆ ଭାବରେ ସମାଜସେବା ସହିତ ବିଭିନ୍ନ ସାଂଗଠିନକ କାର୍ଯ୍ୟ କରିବା ସହ ପିଲାମାନଙ୍କୁ ଏକାଠୀ କରି ପାଠାଗାରର ପ୍ରତିଷ୍ଠା, ନିଶାନିବାରଣ ଓ ଶିକ୍ଷାଦାନ ଆଦି କାର୍ଯ୍ୟକରୁଥିଲେ। ବିଭିନ୍ନ ଧାର୍ମିକ ଗ୍ରନ୍ଥ ଓ ସଂସ୍କୃତ ଶିକ୍ଷା ସେ ଥିଲେ ପ୍ର·ରକ। ତାଙ୍କ ବିୟୋଗ ଖବର ସ୍ଥାନୀୟ ଅଞ୍ଚଳରେ ପ୍ର·ରିତ ହେବା ପରେ ବହୁ ଜନପ୍ରତିିନିଧି, ରାଜନେତା, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କୁ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ସଂକୀର୍ତ୍ତନ ସହ ଗ୍ରାମପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଶେଷକୃତ ସଂପନ୍ନ କରାଯାଇଥିଲା। ବଡପୁଅ ମନୋରଂଜନ କର ମୁଖାଗ୍ନି ଦେଇଥିଲେ। ତାଙ୍କବିୟୋଗରେ ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପଣ୍ଡିତ ପ୍ରଶାନ୍ତ ନନ୍ଦ, ସମାଜସେବୀ ସୂର୍ଯ୍ୟମଣି ପଣ୍ଡା, ଅଧ୍ୟାପକ ବିଜୟକେତନ ସାମଲ, ଆଦିତ୍ୟ ଚନ୍ଦ୍ର ଦାସ, ଶିଶୁ ସାହିତ୍ୟିକ ଅଭିମନ୍ୟୁ ଧଳ, ଶାରଦା ପ୍ରଶନ୍ନ ଦାଶ, ଶ୍ରୀଧର ହୋତା, ପ୍ରଶାନ୍ତ ରଥ, ଲକ୍ଷ୍ମୀଧର ମହାପାତ୍ର, ସତ୍ୟସାଇ ମିଶ୍ର, ଜ୍ଞାନରଂଜନ କର, ନରେନ୍ଦ୍ର ଦାସ, କେଶବ ପଣ୍ଡା, ନନ୍ଦକିଶୋର ଜେନା, ରମାକାନ୍ତ ଦାସ, ପ୍ରଫୁଲ ବେହେରା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *