ଶତାଧିକ ମହିଳା ଶୁଣିଲେ ଉଜ୍ଜଳା କାହାଣୀ

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ହରିପୁର ଗ୍ରାମରେ ଶତାଧିକ ମହିଳା ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଉଜ୍ଜଳା ଯୋଜନା ବିଷୟରେ ଶୁଣିଥିଲେ। ଭାରତରେ ଉଜ୍ଜଳା ଯୋଜନାର ଗ୍ୟାସ୍ ପାଇଥିବା ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହିତ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଥିଲେ। ସେମାନେ କିପରି ଗ୍ୟାସ୍ ପାଇଲେ, ଗ୍ୟାସ୍ ପାଇବା ପୂର୍ବରୁ କିପରି ରୋଷେଇ କରୁଥିଲେ, ଗ୍ୟାସ୍ ପାଇବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଓ ଆର୍ଥିକ ଅବସ୍ଥାର କିପରି ପରିବର୍ତ୍ତନ ଆସଛି, ସେ ବିଷୟରେ ଆଲୋଚନା କରିଥିଲେ। ସରପଞ୍ଚଙ୍କ ଉପସ୍ଥିତିରେ ଅନେକ ଉଜ୍ଜଳା ହିତାଧିକାରୀ ଟିଭି ପରଦାରେ ପ୍ରଧାନମନ୍ତ୍ରୀଙ୍କ ଅନୁଭୂତି ଶୁଣିଥିଲେ। ଭିଡିଓ କନ୍ଫେରେନସିଂରେ ଓଡ଼ିଶାର ମୟୁରଭଂଜ ଜିଲାର ଉକ୍ତ ସଭାରେ ଆଶାକର୍ମୀ ସୁକାନ୍ତି ପଲେଇ ଓ ଅଙ୍ଗନୱାଡି କର୍ମୀ ସଂଜୁଲତା ଜେନା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ କୌଶଲ୍ୟା ଇଣ୍ଡେନର ବିଶ୍ୱଜିତ ପାଣିଗ୍ରାହୀ ପରିଚାଳନା କରିଥିଲେ। ଅତିଥି ଭାବେ ଇଣ୍ଡିଆନ ଅୟେଲର ଏସ୍ଇ (ଅରଏଲ୍ଏସ) ସର୍ବେସ୍ ମହାନ୍ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *