ଶତାଧିକ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

ପାରଳାଖେମୁଣ୍ଡି, ୧୪ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜେଡି ଜିଲା କାର୍ଯ୍ୟାଳୟ ପକ୍ଷରୁ ଶତାଧିକ କଂଗ୍ରେସ କର୍ମୀ ବିଜେଡିର ଯୋଗଦେଇଥିବାର ସୂଚନା ଦିଆଯାଇଛି। ତେବେ ଏହି କଂଗ୍ରେସ କର୍ମୀମାନେ ପୁର୍ବତନ ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଭୁବନେଶ୍ୱର ଯାଇ ସେଠାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଉପସ୍ଥିତିରେ ବିଜେଡିର ଯୋଗଦେଇଥିବାର ସୂଚନା ମିଳିଛି। ଏହି ସମସ୍ତ କର୍ମୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ତଥା ନେତୃତ୍ୱକୁ ସମର୍ଥନ କରି ବିଜେଡିରେ ଯୋଗଦେଇଥିବା ଜଣାପଡିିଛି। ଏମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ, ଏବଂ ୱାର୍ଡ ମେମ୍ବର ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ମିଶ୍ରଣ ପର୍ବ ସମୟରେ ଗୋପାଳପୁର ବିଧାୟକ ଡା.ପ୍ରଦିପ ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ଡ.ସିଦ୍ଧାନ୍ତ ମହାପାତ୍ର, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *