ଗଜପତି

ଶତବାର୍ଷିକି ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି,୭ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲ୍ା ଗୋଷାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମଠାରେ ଥିବା ଶି୍ରକୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟର ଶତବାର୍ଷିକି ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ଦଳେଇ ପ୍ରଦିପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ପ୍ରସ୍ତୁତି ବୈଠକ ମାଧ୍ୟମରେ ବିଦ୍ୟାଳୟର ଶତବାର୍ଷିକି ଉତ୍ସବ କିପରି ସଫଳତାର ସହ ଆୟୋଜନ ହେବ ସେବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା  । ଉତ୍ସବକୁ ସୁରୁଖୁରୁରେ ତଥା ସଫଳ ଭାବେ ପାଳନ କରିବା ପାଇଁ ଏହି ପ୍ରସ୍ତୁତି ବୈଠକ ମାଧ୍ୟମରେ ୧୨ଗୋଟି କମିଟି ଗଠନ କରିବା ପାଇଁ ଆଲୋଚନା କରାଯାଇଛି । ଏମାନଙ୍କ ମଧ୍ୟରେ ପରିଚାଳନା କମିଟି, ମଞ୍ଚ କମିଟି, ରାଜନୈତିକ କମିଟି, ମିଡିଆ କମିଟି, ବୈଠକ କମିଟି ଇତ୍ୟାଦି ବିଭିନ୍ନ କମିଟିଗୁଡିକୁ ଅର୍ନ୍ତଭୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଗଜପତି ଜିଲାର ଏହି ପୁରାତନ ତଥା ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟର ଶତବାର୍ଷିକି ଉତ୍ସବ କିପରି ସଫଳତାର ସହ ଶେଷ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି । ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ରଜନୀ ରାଉତ, ମୁନା ସାମଲ, ରମାକାନ୍ତ ପାତ୍ର, ମଣ୍ଟୁ ଜେନା, ଗଣେଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top