ଜିଲ୍ଲା ପରିକ୍ରମା

ଶକ୍ତି ସଂରକ୍ଷଣ ମିଶନ ପ୍ରହସନ!

ରାଉରକେଲା ୧୭-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ସହରରେ ପୌର ପରିଷଦ ପକ୍ଷରୁ ଶକ୍ତିସଂରକ୍ଷଣ ପାଇଁ କରାଯାଉଥିବା ମିଶନ ଏଠାରେ ପ୍ରହସନରେ ପରିଣତ ହୋଇଛି। ବିଭିନ୍ନ ସ୍ଥାନରେ ଦିନରାତି ଷ୍ଟ୍ରୀଟ ଲାଇଟ ଜଳୁଥିବା ବେଳେ ଏହାକୁ ନେଇ ବିଦ୍ୟୁତ ଗ୍ରାହକ ମାନଙ୍କ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ସେମାନେ ଅଭିଯୋଗ କରିଛନ୍ତିଯେ, ବିଦ୍ୟୁତ ବିଭାଗ ଅଯଣାରେ ଦିନରେ ଲାଇଟ ଜାଳୁଥିବା ବେଳେ ବହୁ ମୁଲ୍ୟର ବିଦ୍ୟୁତ ଶକ୍ତି ଅପଚୟ ହେଉଛି। ଅପରପକ୍ଷରେ ରାତିରେ ଗ୍ରାହକ ମାନଙ୍କୁ ଲୋ ଭୋଲଟେଜ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଦ୍ୟୁତ ବିଲ ଠିକ ସମୟରେ ପୈଠ କରାଯାଉଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ସୁବିଧା ଗ୍ରାହକ ମାନଙ୍କୁ ପ୍ରଦାନ କରାଯାଉ ନାହିଁ। ରାଜଗାଙ୍ଗପୁର ସହରର ବାବା ତଲାବ ପାଖରେ, ମଧୂସୂଦନ କଲୋନୀ ଯିବା ରାସ୍ତା, ସୁପର କଲୋନୀ ଠାରୁ ନିର୍ମଳା ସ୍କୁଲ ଯିବା ରାସ୍ତା ଭଳି ସହରର ବିଭିନ୍ନ ୱାର୍ଡରେ ଦିନରେ ଷ୍ଟ୍ରୀଟ ଲାଇଟ ଜଳୁଅଛି। ଏହା ଦିନେ ଦୁଇଦିନ ନୁହେଁ ମାସମାସ ଧରି ଏପରି ପରିସ୍ଥିତି ଲାଗି ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top