ଶକ୍ତି ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ୱର,୧୩/୬(ଓଡ଼ିଆ ପୁଅ) ୨୦୧୮ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦାନ କରି ଇଲେକ୍ଟି୍ରକାଲ ଇନ୍ସ୍ପେକଟରମାନଙ୍କ ଉଦ୍ଦେଶ୍ୟରେ କହିଲେ ଯେ ଆପଣମାନଙ୍କର ଏହି ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ରାଜସ୍ୱ ଆଦାୟ, ଦୁର୍ଘଟଣା ଇନକ୍ୱାରି, ଇଲ୍କେଟି୍ରକାଲ ଲାଇସେନ୍ସ ପ୍ରଦାନ ଏବଂ ଇନ୍ସ୍ପେକସନ୍ ରେ ଯେଉଁଭଳି ଭାବେ ସାଧାରଣ ଉପଭୋକ୍ତା ଏବଂ ବଡ଼ବଡ଼ ଶିଳ୍ପ ସଂସ୍ଥା ଯେମିତି ଅସୁବିଧା ନ ଭୋଗିବେ ତା’ ପାଇଁ ଆପଣମାନେ ସଦାସର୍ବଦା ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲୋ ମୋର ଆଶା ଓ ବିଶ୍ୱାସ ସେ ଆପଣମାନେ ଆପଣଙ୍କର କର୍ତ୍ତବ୍ୟ ସୁଚାରୁରୂପେ ସଂପନ୍ନ କରନ୍ତୁା ଆପଣମାନଙ୍କର କିଛି ପଦୋନ୍ନତି ତଥା ଚାକିରିଜନିତ ଅନ୍ୟାନ୍ୟ ସମସ୍ୟା ଥିବା ବିଷୟରେ ମୁଁ ଅବଗତ ଅଛିା ଏହି ସମସ୍ୟା ସମାଧାନ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଥିଲୋ

ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଇଲ୍କେଟି୍ରକାଲ ଇନ୍ସ୍ପେକଫର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

Leave a Reply

Your email address will not be published. Required fields are marked *