ଵିକାଶ ପରିଷଦ ଦଖଲରେ ପାଟଣା କଲେଜ ଛାତ୍ର ସଂସଦ ନିର୍ବାଚନ

ପାଟଣା, ତା୨୩/୦୯(ଓଡ଼ିଆ ପୁଅ/ଅଭିମନ୍ୟୁ)
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ର ସ୍ବାମପାଟଣା ଆଞ୍ଚଳିକ ମହାଵିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପାଟଣା ପୋଲିସ ପକ୍ଷରୁ ବ୍ୟାପକ ଶୃଙ୍ଖଳା ବ୍ୟବସ୍ତା ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟଳୟ ର ଅଧ୍ୟକ୍ଷ ଶଙ୍କର୍ଷଣ ସାହୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ର ସଂସଦ ନିର୍ବାଚନ ଦାୟିତ୍ୱ ରେ ଥିବା ପ୍ରଫେସର ହରିହର ଓଝା ଓ ଜୟନ୍ତ କୁମାର ଦ୍ବିବେଦୀ ଙ୍କ ସହ ପର୍ଶୁରାମ ପଣ୍ଡା ନିର୍ବାଚନ ପରିଚାଳନା କରିଥିଲେ । ଭୋଟ ଗ୍ରହଣ ପାଇଁ ୧୨୦୦ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ୯ ଟି ବୁଥ ରେ ଅଧ୍ୟାପକ ଓ ଅଧ୍ୟାପିକା ଓ ଏଜେଣ୍ଟ ଙ୍କ ଉପସ୍ଥିତି ରେ ଭୋଟ ଗ୍ରହଣ କରାଯାଇଥିଲା । ଭୋଟ ଗଣତି ପରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ଛାତ୍ର ସଂସଦ ସଭାପତି ଭାବେ ରଜତ କୁମାର ନାୟକ, ଉପସଭାପତି ଭାବେ ସୁଷମା ମହାନ୍ତ , ସାଧାରଣ ସମ୍ପାଦକ ଭାଗବତ ମହାନ୍ତ , ଆଥଲେଟିକ ସେକ୍ରେଟାରୀ ଅର୍ଚନା ମହାନ୍ତ , ଡ୍ରାମାଟିକ ସେକ୍ରେଟାରୀ ଅଜିତ ନାୟକ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି । ଏହି ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ସମସ୍ତ ନିର୍ବାଚିତ ଛାତ୍ରୀଛାତ୍ରୀ ମାନଙ୍କୁ ପାଟଣା ବିକାଶ ପରିଷଦ ସମର୍ଥନ ରହିଥିବାରୁ ବିକାଶ ପରିଷଦ ର କର୍ମୀ ମାନେ ବାଣ ଫୁଟାଇ ବିଜୟ ଉସ୍ଵବ ମନାଉଥିବା ଦେଖାଯାଇଛି ।

One thought on “ଵିକାଶ ପରିଷଦ ଦଖଲରେ ପାଟଣା କଲେଜ ଛାତ୍ର ସଂସଦ ନିର୍ବାଚନ

Leave a Reply

Your email address will not be published. Required fields are marked *