ତିତଲି ପରେ ଆସୁଛି ପୁଣି ଏକ ବାତ୍ୟା “ଗଜ” : ମତ୍ସ୍ୟଜୀବୀଙ୍କୁ ଚେତାବନୀ

ନୂଆ ଦିଲ୍ଲୀ ୧୧-୧୧ (ଓଡ଼ିଆ ପୁଅ) ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି। ପୁଣି ଏକ ବାତ୍ୟା ଚେତାବନୀ। ଆସୁଛି “ଗଜ”। ଶ୍ରୀଲଙ୍କା ଦ୍ୱାରା ହାତୀର ନାମ ଅନୁସାରେ ଦିଆଯାଇଛି ଏହାର ନାମ “ଗଜ” । ଚେନ୍ନାଇଠାରୁ ଦକ୍ଷୀଣ ପୂର୍ବରେ ୧୦୦୦ କିଲୋମିଚର ଦୂରରେ ବର୍ତ୍ତମାନ ଅଛି। କୁହାଯାଉଛିଯେ ଏହି ବାତ୍ୟା ତାମିଲନାଡ଼ୁର ଚେନ୍ନାଇ ଉପକୂଳରେ ମାଡ଼ ହେବ। ପାଣିପାଗ ବିଭାଗର ଭବିଷ୍ୟବାଣୀ ଅନୁଯାୟୀ ଚେନ୍ନାଇ ନିକଟରେ ଦକ୍ଷୀଣ ପୂର୍ବ ଦୀଗରେ ପୁଡ଼ୁଚେରୀ ଆଡ଼କୁ ଅଗ୍ରସର ହୋଇ ୧୫ ତାରିଖ ସକାଳେ ପୁଡ଼ୁଚେରୀ ଉପକୂଳ ଛୁଇଁବ। ପୂର୍ବାନୁମାନ ଅନୁଯାୟୀ ଏହାର ପ୍ରଭାବରେ ୧୦୦ ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ବୋଲି କୁହାଯାଉଛି। ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ଚେତାବନୀ ଦିଆଯାଇଛି।ଏହାର ପ୍ରଭାବରେ ତାମିଲନାଡ଼ୁ ସମେତ ବଙ୍ଗୋପ ସାଗର ଉପକୂଳବର୍ତ୍ତୀଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷାହେବ ବୋଲି ପୂର୍ବାନୁମାନ କରାଯାଇଛି। ସୂଚନାଯୋଗ୍ୟଯେ, ଗତ ମାସ ୧୧ ତାରିଖରେ ତିତଲି ଓଡ଼ିଶାରେ ଅନେକ କ୍ଷତି ଘଟାଇଥିଲା। ତିତଲି ବାତ୍ୟାକୁ ଆଜି ପୂରିଲା ଏକ ମାସ।
