ଅପରାଧ

ଲ୍ୟାଣ୍ଡମାଇନ ବଷ୍ଫୋରଣ, ଅଳ୍ପକେ ବର୍ତିଲେ ୪୦ ସିଆରପିଏଫ ଜବାନ

ରାୟଗଡା ୦୬/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସିଆରପିଏଫ ଚତୁର୍ଥ ବାଟାଲିୟନର ୪୦ ଜଣ ଜବାନ ଲ୍ୟାଣ୍ଡମାଇନ ବଷ୍ଫୋରଣରୁ ଅଳ୍ପକେ ବର୍ତି ଯାଇଛନ୍ତି। ରାୟଗଡା ଜିଲ୍ଲା ସଦର ମହକୁମା ବାରିଝୋଲା ଗ୍ରାମ ଠାରେ ବନ୍ଧୁକ ଚାଳନା ଅଭ୍ୟାସ ପାଇଁ ଯିବା ସମୟରେ ଏକ ଲ୍ୟାଣ୍ଡ ମାଇନ ଠାବ ହୋଇଥିଲା। ଅଧିକ ଲ୍ୟାଣ୍ଡମାଇନ ପୋତା ଯାଇଥିବା ସନ୍ଦେହ ନେଇ ସନ୍ଧାନୀ କୁକୁର ସହାୟତରେ ଲ୍ୟାଣ୍ଡମାଇନର ସ୍ଥିତି ଜାଣିବା ପରେ ସେ ଗୁଡିକୁ ନଷ୍ଟ କରାଯାଇଛି। ଏହି ଘଟଣା ଘଟିବା ପରେ ସମଗ୍ର ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି କାରଣ ସହର ଠାରୁ ମାତ୍ର ୪ କି.ମି ଦୂରରେ ଏହି ଭଳି ଘଟଣା ଘଟିଛି। ଏ ନେଇ ସିଆରପିଏଫ ଅଧିକାରେ ମାନେ ଜନସାଧାରଣଙ୍କୁ ବିବ୍ରତ ନ ହେବା ପାଇଁ ପରାମର୍ଶ ଦେଇଥିବା ସହ ସିଆରପିଏଫ ଜବାନ ମାନେ ମାଓ ମୁକାବିଲା ପାଇଁ ସଜାଗ ରହିଥିବା ଦର୍ଶାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top